latest

ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

Spread the News

ରାଜ୍ୟରେ ଆଉ ୬୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୯୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୮୩୨ଜଣ ଚିକିତ୍ସାଧୀନ ଅଛନ୍ତି।୬୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳର।ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନୂଆପଡ଼ା ଜିଲ୍ଲାର ଅଛନ୍ତି। ଏହା ସହିତ ନୂଆପଡ଼ା ଜିଲ୍ଲାରେ କରୋନା ପ୍ରବେଶ କରିଛି। ସେହିପରି ରାଜ୍ୟର ୨୮ ଜିଲ୍ଲାରେ ପହଞ୍ଚିଛି କରୋନା।ଏହି ୬୭ ଜଣଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ସର୍ବାଧିକ ୧୬ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ରୁ ୧୩, ଗଞ୍ଜାମରୁ ୭, ବଲାଙ୍ଗିରରୁ ୭, ଅନୁଗୋଳରୁ ୬, ସୁନ୍ଦରଗଡ଼ରୁ ୪, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୩, କଟକରୁ ୨, ମାଲକାନଗିରିରୁ ୨, ଜଗତସିଂହପୁରରୁ ଜଣେ, ଢେଙ୍କାନାଳରୁ ଜଣେ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Tags: