latest

ବଲାଙ୍ଗୀର ଜିଲ୍ଲାରେ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

Spread the News

ବଲାଙ୍ଗୀର ଜିଲ୍ଲାରେ  ପୁଣି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଦୁଇଜଣ ଆଗଲପୁର ବ୍ଲକର ଭରସୁଜା ଓ ଇଂଗସା ଗ୍ରାମପଞ୍ଚାୟତର ଥିବା ଜଣାଯାଇଛି। ଲୋଇସିଂହା ବ୍ଲକର ବୁଢିପଦର ଗ୍ରାମପଞ୍ଚାୟତର ଜଣେ ଅଛନ୍ତି।

ଏହାଛଡ଼ା ସଇଁତଳା ବ୍ଲକର ସିସିକେଲା ଗ୍ରାମପଞ୍ଚାୟତର ଦୁଇଜଣ ଅଛନ୍ତି। ଏହାଛଡ଼ା  ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଗ୍ରାମପଞ୍ଚାୟତର  ଓ ମୁରିବାହାଲ ବ୍ଲକର ବ୍ଲକର ପତ୍ରାପାଲି ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁ ୭ ଆକ୍ରାନ୍ତ ପୁରୁଷ ଓ ସମସ୍ତେ ବାହାର ରାଜ୍ୟ ଫେରନ୍ତା ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି।

ଏମାନେ ସମସ୍ତେ ସଙ୍ଗରୋଧରେ ଥିବା ମଧ୍ୟ ଜଣାଯାଇଛି। ଏବେ ବଲାଙ୍ଗୀର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବଢୁଥିବା ପରିଲକ୍ଷିତ ହେଉଛି।

Tags: ,