ଦେଶରେ କରୋନା ସଂକ୍ରମଣ ବିରୁଦ୍ଧରେ ରକ୍ଷକ ସାଜିଛି N 95 ମାସ୍କ, ଜାଣନ୍ତୁ ଏହା ବିଷୟରେ…

Spread the News

ଦେଶରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସମସ୍ତ ଦେଶବାସୀଙ୍କୁ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦେଶରେ ବ୍ୟବହାର କରାଯାଉଥିବା ବିଭିନ୍ନ ରକମର ମାସ୍କଗୁଡ଼ିକ ଭିତରେ N 95 ମାସ୍କର ଚାହିଦା ସବୁଠାରୁ ବେଶୀ । ଏହି ମାସ୍କର ବିଶେଷତ୍ୱ ଏହାକୁ ସମସ୍ତଙ୍କଠାରୁ ଅଲଗା କରିଛି । ଆଜିର ଉପସ୍ଥାପନାରେ ଆସନ୍ତୁ ଜାଣିବା ଏହି N 95 ମାସ୍କ ଓ ଉଦ୍ଭାବକଙ୍କ ବିଷୟରେ…


N 95 ମାସ୍କର ବିଶେଷତ୍ୱ
N 95 ମାସ୍କରେ ଏକ ସ୍ୱତନ୍ତ୍ର ଧରଣ ଚାର୍ଜିଂ ସିଷ୍ଟମ ରହିଛି । ଉଦ୍ଭାବନ ସମୟରେ ଏହାକୁ “କୋରୋନା ଚାର୍ଜିଂ” କୁହାଯାଉଥିଲା । ଅଧିକନ୍ତୁ ଏହି ମାସ୍କରେ ମାଇକ୍ରୋଫାଇବ୍ରୋସ୍ ଉପରେ ଇଲେକ୍ଟ୍ରୋଷ୍ଟାଟିକ୍ ଚାର୍ଜିଂ ଥାଏ ଯାହା ଏହାର ଫିଲ୍ଟର ଦକ୍ଷତାକୁ ଅବିଶ୍ୱସନୀୟ ଭାବରେ ବହୁଗୁଣିତ କରିଥାଏ ଏବଂ ଅତି ସୂକ୍ଷ୍ମ କୀଟାଣୁ ବା ଜୀବାଣୁଙ୍କୁ ଫିଲ୍ଟର କରି ପ୍ରଶ୍ୱାସ ଦେଇ ଶରୀର ଭିତରକୁ ଯିବାକୁ ଦେଇ ନଥାଏ । ପାଠକବନ୍ଧୁ ! N 95 ମାସ୍କର ଉଦ୍ଭାବନ ସମୟରେ ଚାର୍ଜିଂ ସିଷ୍ଟମର ପ୍ରଦତ୍ତ ନାମକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ବାସ୍ତବତା ।

 

N 95 ମାସ୍କର ଉଦ୍ଭାବକ
N 95 ମାସ୍କକୁ ତାଇଓ୍ୱାନ ଦେଶର ପିଟର ସ୍ତାଇ ନାମକ ଜଣେ ବୈଜ୍ଞାନିକ ୧୯୯୨ ମସିହାରେ ଉଦ୍ଭାବନ କରିଥିଲେ । ଏହି ବୈଜ୍ଞାନିକ ଜଣଙ୍କ ଏକ ଗରିବ କୃଷକଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ଉଚ୍ଚ ବିଦ୍ୟାଳୟ ପଠନ ଶେଷ କରି ତାଇଓ୍ୱାନର ପ୍ରସିଦ୍ଧ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ ସେଣ୍ଟରରେ କେମିକାଲ ଫାଇବର ଇଞ୍ଜିନିୟରିଂ ପାଠ୍ୟକ୍ରମ ଅଧ୍ୟୟନ କରିଥିଲେ । ପରେ ସେ ଜଣେ ବୈଜ୍ଞାନିକ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ । ବର୍ତ୍ତମାନ ପିଟରଙ୍କୁ ୬୮ ବର୍ଷ । ଏହି ବୈଜ୍ଞାନିକ ଜଣଙ୍କ ନିଜର ଉଦ୍ଭାବନ ପାଇଁ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି । ସାରା ବିଶ୍ୱରୁ ବହୁଳ ପରିମାଣରେ ଇମେଲ୍ ଆଉ ମେସେଜ୍ ତାଙ୍କ ନିକଟକୁ ଆସିବା ଜାରି ରହୁଥିବାରୁ ସେ ନିଜକୁ ଏବେ ଅସହଜ ମନେ କରୁଛନ୍ତି । ତେବେ ତାଙ୍କର ଉଦ୍ଭାବନ ପାଇଁ ସାରା ବିଶ୍ୱବାସୀ କରୋନା ସଂକ୍ରମଣକୁ ରୋକିବାରେ ସମର୍ଥ ହେଉଥିବାରୁ ସେ ଈଶ୍ୱରଙ୍କୁ ଏଥିଲାଗି ଧନ୍ୟବାଦ ଦେଉଛନ୍ତି ।