ଉତ୍ତର ପ୍ରଦେଶ: କରୋନା ସଂକ୍ରମିତ ପାଖରେ ମୋବାଇଲ ଫୋନ୍ ରଖିବା ନେଇ ଜାରି ହେଲା କଟକଣା‌

Spread the News

ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତ ପାଖରେ ମୋବାଇଲ ରଖିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ଏ ନେଇ ଉତ୍ତର ପ୍ରଦେଶର ଡିଜି(ମେଡିକାଲ) କେକେ ଗୁପ୍ତା ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ସମ୍ୱନ୍ଧିତ ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏଭଳି ଆଦେଶ ପରେ ରାଜ୍ୟରେ କୋଭିଡ-୧୯ ହସ୍ପିଟାଲରେ କରୋନା ରୋଗୀମାନେ ଆଉ କୌଣସି ପରିସ୍ଥିତିରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ଏହା ପରେ କରୋନା ୱାର୍ଡରେ ନୂତନ ବ୍ୟବସ୍ଥା ପ୍ରଣୟନ କରାଯାଇଛି । ରିପୋର୍ଟ ଅନୁସାରେ ହସ୍ପିଟାଲର ପ୍ରଭାରୀଙ୍କ ପାଖରେ ୨ଟି ମୋବାଇଲ ରହିବ ଏବଂ ୱାର୍ଡର ପ୍ରଭାରୀ ରୋଗୀଙ୍କର ସଂପର୍କୀୟମାନଙ୍କ ସହିତ କଥା ହୋଇ ଖବର ରଖିବେ ।

Tags: