latest

ଆଜିଠାରୁ ଖୋଲିଲା ପାର୍କ

Spread the News

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଧାନୀର କିଛି ପାର୍କ । ପରୀକ୍ଷାମୂଳକ ଭାବେ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି ବିଏମ୍‌ସି । ରାଜଧାନୀର ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ । ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପାର୍କ ଖୋଲା ରହିବ ।ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି । ପାର୍କକୁ ଯାଉଥିବା ରାଜଧାନବାସୀ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପାର୍କରେ ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବା ଉପରେ ସଂପୂର୍ଣ୍ଣ ବାରଣ କରାଯାଇଥିବା ବିଡିଏ କର୍ତ୍ତୃପକ୍ଷ ଜଣାଇଛନ୍ତି।

Tags: