latest

ତୁଳସୀ’ ବୀର୍ଯ୍ୟଦୋଷକୁ ନଷ୍ଟ କରିଥାଏ, ଜଣାନ୍ତୁ କେମିତି ?

Spread the News

ତୁଳସୀ ମଞ୍ଜି ଅଧୁକ ଅଠାଳିଆ ଏବଂ ଲେପକ ପଦାର୍ଥ ଅଟେ। ଏହାକୁ ମୂତ୍ର ସଂସ୍ଥାନରୋଗରେ ବ୍ୟବହାର କରାଯାଏ । ତୁଳସୀ ମୂଳକୁ ମଧ୍ୟ ସ୍ତମ୍ଭନ ଗୁଣଯୁକ୍ତ ବୋଲି କୁହାଯାଇଛି । ଏହାର ମଞ୍ଜି ଅତି ଅଠାଳିଆ ହୋଇ ପତଳା ଝିଲିରେ ପରିଣତ ହୋଇଯାଏ । ଏଣୁ ଏହାକୁ ଗୁଡ଼ିପରି ଅନ୍ୟ ଯେକୌଣସି ପଦାର୍ଥରେ ମିଶାଇ ଖୁଆଯାଏ କିମ୍ବା ପାଣିରେ ଗୋଳି ପିଆଯାଏ। ସେହିପରି ତୁଳସୀ ପତ୍ର ମଧ୍ୟ ବୀ ର୍ଯ୍ୟ ଦୋଷକୁ ନଷ୍ଟ କରିବାରେ ବହୁତ ଉପଯୋଗୀ ଅଟେ।  ତୁଳସୀ ମୂଳକୁ ପତଳା ଭାବେ ଗୁଣ୍ଡକରି, ଗୁଆ ପରିବର୍ତ୍ତେ ପାନରେ ବ୍ୟବହାରକଲେ ବୀ ର୍ଯ୍ୟ ପୁଷ୍ଟ ହୁଏ ତଥା ଶକ୍ତି ବଢ଼ିଥାଏ
• ତୁଳସୀ ମଞ୍ଜି କିମ୍ବା ମୂଳକୁ ଗୁଣ୍ଡ କରି ତା’ର ଚୂରେ ପୁରୁଣା ଗୁଡ଼ ମିଶାଇ ତିନି ମସା ଓଜନରେ ପ୍ରତିଦିନ ଦୁ ଧ ସହିତ ସେବନ କଲେ ପୁରୁଷତ୍ବ ବୃଦ୍ଧି ହୋଇଥାଏ ।

• ତୁଳସୀ ମଞ୍ଜି ପାଞ୍ଚ ତୋଳା, ତାଳମୂଳୀ ଚାରି ତୋଳା, ମିଶ୍ରି ଛଅ ତୋଳା ଗୁଣ୍ଡକରି ଏକତ୍ର ମିଶାନ୍ତୁ । ଏହି ଚୂର୍ଣକୁ ପ୍ରତିଦିନ ତିନି ମସା ଓଜନରେ ଗୋ ଦୁଗଧ ସହ ସେବନ କରିବା ଦ୍ଵାରା ବୀ ର୍ଯ୍ୟ ସମ୍ବନ୍ଧୀୟ ନିର୍ବଳତାରେ ଆଶାଜନକ ପରିବର୍ତ୍ତନ ହୋଇଥାଏ
• ମେହ ରୋଗରେ ତୁଳସୀ ମଞ୍ଜି, ଛୋଟ ଅଳାଇଚ ଏବଂ କଳମଶାଗ ସମାନ ପରିମାଣରେ ମିଶାଇ ଗୁଣ୍ଡ କରନ୍ତୁ । ଏହି ଚୂର୍ଣ୍ଣରୁ ଦୁଇ ତିନି ରତି ସେବନକରି କ୍ଷୀରରେ ଦୁଇଗୁଣ ପାଣି ମିଶାଯାଇଥିବା ମିଶ୍ରଣ ଯେତେ ଅଧିକ ପିଇପାରିବେ ସେତେ ଲାଭ ହୋଇଥାଏ । ମାତ୍ର କ୍ଷୀରରେ ଚିନି ଆଦି ମିଠା ଜିନିଷ ମିଶାଇବା ଅନୁଚିତ ।
• ଉପଦଂଶ ରୋଗରେ, ତୁଳସୀ ମଞ୍ଜି ପାଣିରେ ଚିକ୍କଣ କରି ବାଟି ସେଥିରେ ଦୁଇଗୁଣ ନିମ୍ବ ତେଲ ମିଶାଇ ନିଆରେ ବିସାନ୍ତୁ । ତୁଳସୀ ବିଟା ପୋଡ଼ି କଳା ହୋଇଗଲେ ତାକୁ ଛାଣି ତେଲକୁ ଥଣ୍ଡା କରି ଉପଦଂଶ ଘା’ ଉପରେ ଏହି ତୈଳ ଲୁଗାନ୍ତୁ । ଯେକୌଣସି ଘା’ରେ ମଧ୍ୟ ଏହି ତୈଳ ବ୍ୟବହାର କରାଯାଇପାରେ। ମୂତ୍ରଦାହ କଷ୍ଟରେ ଏକ ପା’ ଦୁଧରେ ଦେଢ଼ ପାଆ ପାଣି ମିଶାନ୍ତୁ । ସେଥିରେ ଦୁଇ ତିନି ତୋଳା ତୁଳସୀ ରସ ମିଶାଇ ପିଇ ନିଅନ୍ତୁ । ତତ୍‌କ୍ଷଣାତ୍ କଷ୍ଟ ଦୂର ହୋଇଯିବ ।

Tags: