ମହାରାଷ୍ଟ୍ରରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Spread the News

କରୋନାର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ ଆଜି ଗୋଟିଏ ଦିନରେ ୩୦୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୨୩୧ ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୫୮ ଜଣଙ୍କର ମୃତ୍ୟୁ ହେବା ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୬୩୫ ଛୁଇଁଛି। ସେହିପରି ଆଜି ଗୋଟିଏ ଦିନରେ ୧୧୯୬ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ୩୩,୯୮୮ ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।ରାଜ୍ୟରେ ମୋଟ୍ ୫୮ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୩୮ ଜଣ କେବଳ ମୁମ୍ୱାଇର, ପୁଣେ ଏବଂ ସୋଲାପୁରରୁ ୬ ଜଣେ ଲେଖାଏଁ ମୋଟ୍ ୧୨ ଜଣ, ଔରାଙ୍ଗାବାଦରୁ ୪ ଜଣ ଏବଂ ଲାତୁର-ମିରା-ଊୟାନ୍ଦରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧.୩୧ ଲକ୍ଷ ଅତିକ୍ରମ କରିଛି।

Tags: