latest

ସ୍ପେସ୍‌-ଏସ୍କ୍ ବୁୁଧବାର ଛାଡି଼ବ ଏହାର ପ୍ରଥମ ମହାକାଶଯାନ

Spread the News

ଏଥି ସହିତ ଦୀର୍ଘ ନଅ ବର୍ଷ ପରେ ଆମେରିକା ମାଟିରୁ ପ୍ରଥମ ଚାଳକଯୁକ୍ତ ମହାକାଶଯାନର ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛିା ସୂଚନା ଥାଉ କି, ଦୀର୍ଘ ୨୨ ବର୍ଷ ତଳେ ମହାକାଶରେ ସ୍ଥାପିତ ହୋଇଥିିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଅଦ୍ୟାବଧି କେବଳ ନାସା ଏବଂ ଋଷିଆ ମହାକାଶ ସଂସ୍ଥା ଦ୍ବାରା ବିକଶିତ ସ୍ବତନ୍ତ୍ର ଯାନ ହିଁ ମହାକାଶଚାରୀଙ୍କୁ ନେବା ଆଣିବା କରୁଛନ୍ତି। ଅବଶ୍ୟ ପରେ ନାସା ଦ୍ବାରା ଦୁଇଟି ଘରୋଇ ସଂସ୍ଥା ବୋଇଂ ଓ ସ୍ପେସ୍‌-ଏକ୍ସକୁ ଏଥିପାଇଁ ପ୍ରୋତ୍ସାହିତ କରାଯାଇଛି। ତେବେ ଏଥିରେ ସ୍ପେସ୍‌-ଏକ୍ସ ବାଜି ମାରିନେଇ ୩୦୦ କୋଟି ଡଲାର ବିନିମୟରେ ‘କ୍ରିଉ ଡ୍ରାଗନ’ ନାମକ ଏହି ମହାକାଶ ଯାନ ନିର୍ମାଣ କରିଛି। ଯେଉଁଥିରେ ରବର୍ଟ ବେନ୍‌କେନ୍(୪୯) ଓ ଡଗଲାସ୍‌ ହଲେର୍(୫୩) ନାମକ ଦୁଇ ଜଣ ମହାକାଶଚାରୀ ହିଁ ଯାତ୍ରା କରିବେ। ରାଷ୍ଟ୍ରପତି ଟ୍ରମ୍ପ୍ ନିଜେ କେନେଡି଼ ମହାକାଶ କେନ୍ଦ୍ରରେ ଉପସ୍ଥିତ ରହି ଆମେରିକାର ଏହି ‘ଡେମୋ–୨’ ନାମକ ଅଭିଯାନକୁ ଦେଖିବେ।

 

Tags: