latest

୨୦୨୧ ଟ୍ୱେଣ୍ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ଭାରତ ବାହାରକୁ ଯିବନାହିଁ

Spread the News

ବର୍ତ୍ତମାନ ଟିକସ ଛାଡ଼ କରିବାକୁ ନେଇ ଆଇସିସି ଓ ବିସିସିଆଇ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏନେଇ ଘନଘନ ଇମେଲ୍‌ କରିବାରେ ବ୍ୟସ୍ତ ରହିଛନ୍ତି କ୍ରିକେଟ୍‌ର ଏହି ଦୁଇ ବୃହତ୍‌ ପ୍ରଶାସନିକ ସଂସ୍ଥା । ଏସବୁ ସତ୍ତ୍ୱେ ୨୦୨୧ ମସିହାରେ ଆୟୋଜିତ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଭାରତ ବାହାରକୁ ଯିବାର ଆଶଙ୍କା ଜମାବି ନାହିଁ । କାରଣ ଭାରତ ବାହାରେ ଯଦି ଏହି ବିଶ୍ୱକପ୍‌କୁ ଆୟୋଜନ କରାଯାଏ ତେବେ ଆଇସିସି ସହିତ ବିଶ୍ୱର ଅନେକ ଦେଶର କ୍ରିକେଟ୍‌ ବୋର୍ଡ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ଏକରକମ ବାଧ୍ୟ ହେବେ । କରୋନା ପାଇଁ ଚଳିତବର୍ଷର କ୍ରିକେଟ୍‌ ପ୍ରସାରଣ ବନ୍ଦ ରହିଥିବାରୁ ପ୍ରସାରଣକାରୀ ସଂସ୍ଥାମାନଙ୍କୁ ବଡ଼ଧରଣର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଏପରି ସ୍ଥଳେ ୨୦୨୧ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଭାରତ ବାହାରେ ଅନୁଷ୍ଠିତ ହେଲେ ସଂପୃକ୍ତ ପ୍ରସାରଣକାରୀ ସଂସ୍ଥାମାନଙ୍କର ଆର୍ଥିକ କ୍ଷତି ଅବିଶ୍ୱନୀୟ ଭାବରେ ବହୁଗୁଣିତ ହେବ । ଏପରି କ୍ଷତି ସହିବାକୁ କୌଣସି ପରିସ୍ଥିତିରେ ପ୍ରସାରଣକାରୀ ସଂସ୍ଥାମାନେ ଚାହିଁବେ ନାହିଁ ଓ ଏହାକୁ ପୂର୍ଣ୍ଣ ବିରୋଧ କରିବେ । ଏଣୁ, ଏହିସବୁ ତଥ୍ୟଗୁଡ଼ିକୁ ତର୍ଜମା କଲେ ଏହା ନିଶ୍ଚିତ ଯେ, ବିସିସିଆଇ ଆଗରେ ମୁଣ୍ଡ ନୁଆଁଇବାକୁ ଆଇସିସି ବାଧ୍ୟ ହେବ ଏବଂ ଭାରତରେ ହିଁ ୨୦୨୧ ଟ୍ୱେଣ୍ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌କୁ ଆୟୋଜନ କରାଯିବ ।

Tags: