latest

ସିଆରପିଏଫ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ: ୩ ନକ୍ସଲ ନିହତ

Spread the News

ଓଡିଶା-ଝାଡଖଣ୍ଡ ସୀମାରେ ପୁଣି ଥରେ ସିଆରପିଏଫ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି, ଗୁଳି ବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ, ଜଣେ ଗୁରୁତର ଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସୀମାରେ ନକ୍ସଲ ମାନେ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ ସିଆରପିଏଫ ଓ ଝାଡଖଣ୍ଡ ପୋଲିସ ମିଳିତ ଭାବେ ଚଢାଉ କରିଥିଲା ଏହା ପରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।

ଆଜି ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଫଳରେ ଯବାନଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ଏବେ ବି ସେଠାରେ ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନ ଜାରି ରହିଥିବା ବେଳେ ଆଉ ଜଣେ ନକ୍ସଲ ଗୁରୁତର ରହିଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ଏକେ-୪୭ ସହ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ତେବେ ଆହୁରି କିଛି ନକ୍ସଲ ଲୁଚି ରହିଥିବା ଆଶଙ୍କା କରାଯାଉଥିବା ବେଳେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।