latest

କରୋନାର ନୂଆ ଲକ୍ଷଣ ଆସିଲା ସାମ୍ନାକୁ; ବର୍ତ୍ତମାନ ଥଣ୍ଡା, ଜ୍ୱର ନୁହେଁ ବରଂ ଏପରି ଲକ୍ଷଣ ଦେଖାଦେଉଛି

Spread the News

କରୋନାର ତାଣ୍ଡବ ଲୀଲାରେ ବିଶ୍ଵବାସୀ ଶାନ୍ତିରେ ନିଶ୍ଵାସ ମଧ୍ୟ ନେଇପାରୁ ନାହାଁନ୍ତି । ସମୟ ଯେଉଁ ଭଳି ଭାବରେ ବଢି ଚଳୁଛି କରୋନା ଭୂତାଣୁ ଠିକ ସେହିପରି ନିଜର ଲକ୍ଷଣମାନ ମଧ୍ୟ ବଦଳାଇବାରେ ଲାଗିଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନା ଭୁତାଣୁର ଏକ ନୂତନ ଲକ୍ଷଣ ବିଷୟରେ ସାରା ବିଶ୍ୱକୁ ସୂଚନା ଦେଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, କଥା କହିବାରେ ଅସୁବିଧା ହେବା ମଧ୍ୟ କରୋନା ଜୀବାଣୁର ଏକ ‘ଗମ୍ଭୀର’ ଲକ୍ଷଣ । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ଡାକ୍ତରମାନେ କହୁଥିଲେ ଯେ କରୋନା ଜୀବାଣୁର ଦୁଇଟି ମୁଖ୍ୟ ଲକ୍ଷଣ ହେଉଛି କଫ କିମ୍ବା ଜ୍ୱର ହେବା ।

ଡବ୍ଲ୍ୟୁଏଚଓ ଏପରି ଚେତାବନୀ ଏମିତି ସମୟରେ ଆସିଲା, ​​ଯେତେବେଳେ କି କରୋନା ଜୀବାଣୁରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଯାଇଛି । ଏହି ମହାମାରୀରୁ ଭଲ ହୋଇଥିବା ଲୋକେ କୁହନ୍ତି ଯେ, କଫ, ଜ୍ଵର ବ୍ୟତୀତ କଥା କହିବାରେ ମଧ୍ୟ ଅସୁବିଧା ହେବା କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଏକ ସମ୍ଭାବ୍ୟ ଲକ୍ଷଣ ଅଟେ । ଡବ୍ଲ୍ୟୁଏଚଓ ର ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କୁ କଥା କହିବାରେ ଅସୁବିଧା ହେବା ସହ ଚାଲିବାରେ ମଧ୍ୟ ଅସୁବିଧା ହୁଏ, ତେବେ ତାଙ୍କୁ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ ।

ଡବ୍ଲ୍ୟୁଏଚଓ କହିଛି, କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ଅଧିକାଂଶ ଲୋକଙ୍କର ନିଶ୍ୱାସ ଓ ପ୍ରଶ୍ୱାସ ନେବାର ସାମାନ୍ୟ ସମସ୍ୟା ହୋଇପାରେ ଏବଂ ବିନା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସାରେ ସୁସ୍ଥ ହୋଇଯିବେ । କରୋନା ଭାଇରସର ଗମ୍ଭୀର ଲକ୍ଷଣ ମଧ୍ୟରେ ନିଶ୍ୱାସ ନେବାରେ ଅସୁବିଧା, ଛାତିରେ ଯନ୍ତ୍ରଣା କିମ୍ବା ଚାପ, କଥା କହିବା କିମ୍ବା ଚାଲିବାରେ ଅସୁବିଧା ଇତ୍ୟାଦି କରୋନା ଭାଇରସର ଗମ୍ଭୀରର ଲକ୍ଷଣ ଅଟେ।’ ବିଶେଷଜ୍ଞମାନେ ସୂଚିତ କରିଛନ୍ତି ଯେ, ଯଦି କାହାକୁ ଏହିପରି କିଛି ସମସ୍ୟା ହେଉଛି, ତେବେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯିବା ଉଚିତ । ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଦୟାକରି ଥରେ ହେଲ୍ପଲାଇନକୁ ପରାମର୍ଶ କରନ୍ତୁ । ଡବ୍ଲ୍ୟୁଏଚଓ, ଏହା ମଧ୍ୟ କହିଛି ଯେ, କଥାବାର୍ତ୍ତା କରିବାରେ ଅସୁବିଧା ସର୍ବଦା କରୋନା ଭାଇରସର ଲକ୍ଷଣ ନାହିଁ । ବେଳେବେଳେ ଅନ୍ୟ କାରଣ ଯୋଗୁଁ ମଧ୍ୟ କଥା କହିବାରେ ଅସୁବିଧା ହୋଇଥାଏ ।

Tags: ,