latest

Date: May 29, 2020

Total 54 Posts

ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଗଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

କରୋନା ସଂକ୍ରମଣ କାରଣରୁ ଦୁଇମାସରୁ ଊର୍ଦ୍ଧ୍ୱ ଧରି ବନ୍ଦ ରହିଥିଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ତେବେ ଆଜି ଏହାକୁ ପୁଣିଥରେ ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ମେଘନାଦ ପାଚେରୀଠାରୁ ୭୫ମିଟର ଯାଏଁ ହେବ ଏହି ଉଚ୍ଛେଦ ।

ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର ଉପରେ କଟକଣା ଜାରି କଲେ ୟୁରୋପୀୟ ୟୁନିଅନ୍‌ର ତିନି ଦେଶ

ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହାର ଚିକିତ୍ସା ନିମିତ୍ତ କୌଣସି ଔଷଧ ବାହାର କରାଯାଇପାରି ନାହିଁ । ତେବେ ଭାରତ ତରଫରୁ ଯୋଗାଇ ଦିଆଯାଇଥିବା ଆଣ୍ଟି-ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ବ୍ୟବହାର କରି

‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମ : ଓଡ଼ିଶା ସରକାରଙ୍କ ତରଫରୁ ଚେକ୍‌ପଏଣ୍ଟରେ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଚାଉଳ ଓ ଚଣା ବଣ୍ଟନ

ଦେଶରେ ଜାରି ଲକ୍‌ ଡାଉନ୍‌ ପାଇଁ କାମଧନ୍ଦା ସମ୍ପୂର୍ଣ୍ଣ ଭାବରେ ଠପ୍‌ ହୋଇଯାଇଛି । ଏହାଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ । ପାଖରେ ଅର୍ଥ ନଥିବାରୁ ବାହାର ଜାଗାରେ ସେମାନଙ୍କ ପକ୍ଷେ ଚଳିବା ଏକ ପ୍ରକାର ଅସମ୍ଭବ

ଡ୍ରାଗନ୍‌ର ମୁକାବିଲା ପାଇଁ ସୀମାରେ ମୁତୟନ ହେଲା ଚିନୁକ୍‌ ହେଲିକାପ୍ଟର

ସୀମାରେ ଡ୍ରାଗନ୍‌ର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତୀୟ ସେନା । ଉତ୍ତେଜନା କିଛିଟା କମିଥିଲେ ମଧ୍ୟ ଡ୍ରାଗନ୍‌ର ପଛପଟୁ ଛୁରି ଭୂଷିବା ସ୍ୱଭାବ ସହିତ ପରିଚିତ ଅଛି ଭାରତ । ଖାସ୍‌ ଏଇଥିଲାଗି ଚୀନ୍‌ ସୀମାରେ ଭାରତୀୟ ସେନାପକ୍ଷରୁ

ସୁନ୍ଦରଗଡରେ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି। ସମାନ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରେ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ପ୍ରଥମଥର ପାଇଁ ଗୋଟିଏ

ଦିଲ୍ଲୀରେ ଭୂକମ୍ପ ଝଟକା

ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହରିୟାଣାର ରୋହତକରେ ଏହାର କେନ୍ଦ୍ର ଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,

ଟିଭି ଓ ୱେବପୋର୍ଟାଲରେ ସ୍ନାନଯାତ୍ରା ଦେଖିପାରିବେ; ଶ୍ରୀମନ୍ଦିର ସମ୍ମୁଖକୁ ଯାଇପାରିବେନି ଭକ୍ତ

ଆସନ୍ତା ସପ୍ତାହରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । କରୋନା ଭାଇରସ ପାଇଁ ଏଥର କିନ୍ତୁ ଶ୍ରୀମନ୍ଦିର ସମ୍ମୁଖରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଗହଳି ହେବପାରିବ ନାହିଁ । ଏ ନେଇ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି ।

ଜୁନ୍ ୨ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ଘୋଷଣା: ଦେଶର ନାମ ଇଣ୍ଡିଆରୁ ଭାରତ ବଦଳାଇବେ

ଜୁନ୍ ୨ରେ ସୁପ୍ରିମକୋର୍ଟ ଏକ ଐତିହାସିକ ଘୋଷଣା କରିବାକୁ ଯାଉଛନ୍ତି । କେନ୍ଦ୍ରକୁ ନିର୍ଦ୍ଦେଶ ଦେଇ ସମ୍ୱିଧାନରେ ସଂଶୋଧନ କରିବା ଓ ଦେଶର ନାମ  ଇଣ୍ଡିଆ ରୁ ଭାରତ କୁ ବଦଳେଇବା ପାଇଁ ଏକ ପିଟିସନ୍‌ର ଘୋଷଣା କରିବେ । ପିଟିସନ୍‌ରେ

ନୂଆପଡ଼ାରେ ପୁଣି ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆପଡ଼ା ଜିଲ୍ଲାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ସିନାପାଲିରୁ ୩, ଭେଡେନରୁ ୩, ଖଡ଼ଇାଳରୁ ୪, ନୂଆପଡ଼ାରୁ ୨ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧ ମୁମ୍ବାଇ ଓ ଜଣେ ହାଇଦ୍ରାବାଦ ଫେରନ୍ତା। ସମସ୍ତ ଆକ୍ରାନ୍ତ

ଆଜି 5T ସଚିବ ପାଣ୍ଡିଆନ୍‌ଙ୍କର ଜନ୍ମଦିନ, ଜାଣନ୍ତୁ ତାଙ୍କ ବିଷୟରେ…

ମେ’ ୨୯ ତାରିଖର ଦିନଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନରେ ଶୁଭ ଶଙ୍କେତ ଭାବରେ ଦେଖାଯାଇପାରେ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ବର୍ଷ ତଳେ ଠିକ୍‌ ଏହି ଦିନ ୫ମ ଥର ପାଇଁ ଅନାୟସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ

ଲୋକସେବା ଭବନ ଭିତରେ ଚାରି ଓ ଦୁଇଚକିଆ ଯାନକୁ ପାର୍କିଂ ନ କରିବା ପାଇଁ ନିର୍ଦ୍ଦେଶ

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବାପରେ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ପରିସରରେ ରହୁଥିବା