latest

କଳାକାରଙ୍କ ଦୁଃଖ ବୁଝିଲେ ସମିତି ସଭ୍ୟ ଭ୍ରମରବର ନାୟକ

Spread the News

(ରଞ୍ଜିତ ମକହୁଡ),ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମହୁମୂହାଣ ପଂଚାୟତର ସମିତିସଭ୍ୟ ତଥା ସମାଜସେବୀ ଭ୍ରମରବର ନାୟକ ନିଜସ୍ୱ ପାଣ୍ଠିରୁ  ମହୁମୂହାଣ ପଂଚାୟତରେ ରହିଥିବା କଳାକାର ମାନଙ୍କର ଦୁଃଖ ବୁଝି ଜଣକା ୨୫ ହଜାର ଟଙ୍କା ଲେଖାଏଁ ୧୪ ଜଣଙ୍କୁ ପ୍ରଦାନ କରିଥିଲେ। କରୋନା ଜନିତ ଲକଡାଉନ ଯୋଗୁ ଯାତ୍ରା ପାର୍ଟି ବନ୍ଦ ରହିଛି। ତେଣୁ କଳାକାର ମାନେ ଚାଲିବା ପାଇଁ ହଇରାଣ ହେଉଥିଲେ। ସେମାନଙ୍କୁ ଦୁଃଖ ବୁଝି ସହାୟତା ପ୍ରଦାନ କରିଛନ୍ତି।  “କିଏ ଜାଣେ କେତେବେଳେ କଳାକାର କାନ୍ଦିବାର” ଏହାର ଅର୍ଥ ବୁଝି କଳାକାର ମାନଙ୍କୁ ସାହାର୍ଯ୍ୟ କରିଥିବାରୁ ସେମାନେ ଭ୍ରମରବର ନାୟକଙ୍କୁ ଆଶୀର୍ବାଦ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ଜୟରାମ ଦାସ, ବାପି ମହାପାତ୍ର, ଶ୍ରୀ ବାବୁଲି ସାହୁ ସମେତ ବହୁ ବିଶିଷ୍ଟ ଲୋକ ଉପସ୍ଥିତ ଥିଲେ । ଯାତ୍ରା ଜଗତର ଉପସ୍ଥାପକ ଅଭିନେତା ସୁବାସ ଚନ୍ଦ୍ର ଜେନା, ପ୍ରମିଳା ଜେନା, ସତ୍ୟବାନ ପ୍ରଧାନ ଏବଂ ରାଜେଶ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

Tags: