latest

ପୁଣିଥରେ ଚେନ୍ ପୁଲିଂ ଟାଣି ଓହ୍ଲାଇପଡିଲେ ପ୍ରବାସୀ ଓଡ଼ିଆ

Spread the News

ଗଂଜାମ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ଆଜି ପୁଣି ଥରେ ଚେନ ପୁଲିଂ କରିଛନ୍ତି । ଗୁଜୁରାଟର ସୁରତରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚେନ ପୁଲିଂ କରି ପ୍ରାୟ ୧୫୦୦ ପ୍ରବାସୀ ଓହ୍ଲାଇ ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନଟି ବ୍ରହ୍ମପୁର ଷ୍ଟେସନରେ ନ ଅଟକିବାରୁ ଶେଷରେ ଉପାୟ ନ ପାଇଁ ପ୍ରବାସୀମାନେ ଛତ୍ରପୁର ଠାରେ ଚେନ ପୁଲିଂ କରିଛନ୍ତି ।

ସନ୍ଧ୍ୟା ପ୍ରାୟ ୬ଟାରେ ପ୍ରବାସୀମାନେ ଟ୍ରେନର ଚେନକୁ ପୁଲିଂ କରିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ସୂଚନା ପାଇଁ ଛତ୍ରପୁର ଷ୍ଟେସରେ ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଡେପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀ, ଏସଡିପିଓ ଗୌତମ କିଷାନ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଥାନା ଅଧିକାରୀ ପୟସ ରଂଜନ ଛୋଟରାୟ ପହଞ୍ଚିଛନ୍ତି । ଟ୍ରେନରୁ ଓହ୍ଲାଇ ଥବା ଗଂଜାମର ପ୍ରବାସୀମାନଙ୍କୁ ବ୍ଲକ ହିସାବରେ ବିଭିନ୍ନ ସ୍ଥାନରେ ରଖାଯାଇଛି । ଏମାନଙ୍କୁ ବସ ଯୋଗେ ସେମାନଙ୍କର ବ୍ଲକରେ ଥିବା ସଂଗରୋଧ କେନ୍ଦ୍ରକୁ ପଠାଯିବ ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ପ୍ରବାସୀମାନଙ୍କର ଟ୍ରେନ ଚେନ ପୁଲିଂ ହେବା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ଛତ୍ରପୁର, ଖଲ୍ଲିକୋଟ ଓ ନରସିଂହପୁରରେ ଗତ ୨୪ ତାରିଖ ଦିନ ପ୍ରବାସୀମାନେ ଚେନ ପୁଲିଂ କରିଥିଲେ । ଏତଦ ବ୍ୟତୀତ ୨୭ ତାରିଖରେ ହୁମା ଠାରେ ମଧ୍ୟ ପ୍ରବାସୀମାନେ ଚେନ ପୁଲିଂ କରିଥିଲେ ।