latest

ଜୁନ୍ ୨ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ଘୋଷଣା: ଦେଶର ନାମ ଇଣ୍ଡିଆରୁ ଭାରତ ବଦଳାଇବେ

Spread the News

ଜୁନ୍ ୨ରେ ସୁପ୍ରିମକୋର୍ଟ ଏକ ଐତିହାସିକ ଘୋଷଣା କରିବାକୁ ଯାଉଛନ୍ତି । କେନ୍ଦ୍ରକୁ ନିର୍ଦ୍ଦେଶ ଦେଇ ସମ୍ୱିଧାନରେ ସଂଶୋଧନ କରିବା ଓ ଦେଶର ନାମ  ଇଣ୍ଡିଆ ରୁ ଭାରତ କୁ ବଦଳେଇବା ପାଇଁ ଏକ ପିଟିସନ୍‌ର ଘୋଷଣା କରିବେ । ପିଟିସନ୍‌ରେ ଦାବି କରାଯାଇଛି କି ଏହା ଦ୍ୱାରା ଦେଶର ନାଗରିକଙ୍କୁ ଔପନିବେଶିକ ଭାବନାରୁ ବାହାରିବାରେ ସାହାଯ୍ୟ ହେବ ଓ ସେମାନଙ୍କର ଜାତୀୟତା ନେଇ ଗର୍ବ ଅନୁଭବ କରିବେ ।

ଦିଲ୍ଲୀର ଏହି ପିଟିସନକାରୀ ତର୍କ କରି କହିଛନ୍ତି ବର୍ତ୍ତମାନ ସମୟ ଆସିଛି ଦେଶକୁ ତାର ପ୍ରକୃତ ଓ ପ୍ରାମାଣିକ ନାଁ ‘ଭାରତ’ ଭାବେ ପରିଚୟ ଦେବା । ମୁଖ୍ୟକଥା ହେଲା ଯେତେବେଳେ ସହର ଗୁଡ଼ିକରନାମ ଭାରତୀୟ ଲୋକାଚାର ଭାବେ ନାମିତ କରାଯାଇଛି । ଏଣୁ ଦେଶର ନାଁ କୁ ସେହି ଭଳି ଭାବେ ପରିଚିତ କରାଇବା ।

ପିଟିସନରେ କୁହାଯାଇଛି କି , ଅନୁଚ୍ଛେଦ -୧ରେ ସଂଶୋଧନର ଉଦ୍ଦେଶ୍ୟ “ଏହି ଦେଶର ନାଗରିକଙ୍କୁ ଅତୀତର ଔପନିବେଶିକରୁ ମୁକ୍ତ କରିବା ପାଇଁ ସୁନିଶ୍ଚିତ କରିବା । ” ପିଟିସନ୍‌ରେ ଆଉ ମଧ୍ୟ କୁହାଯାଇଛି , ଇଂରାଜୀ ନାଁକୁ ହାଟାଇବା ଆମର ଏକ ପ୍ରତୀକାତ୍ମ ଭାବେ ସୂଚୀତ ହେବ । ଯାହା ଆମାର ରାଷ୍ଟ୍ରୀୟତାରେ ଗର୍ବର ଭାବନା ସୃଷ୍ଟି କରିବ , ବିଶେଷ ରୂପରେ ଆମର ଭବିଷ୍ୟ ପିଢ଼ିଙ୍କ ପାଇଁ ଏହା ଗୌରବର କଥା ହେବ । ଏହାସହ ଇଣ୍ଡିଆ ରୁ ଭାରତ ନାଁ ପରିବର୍ତ୍ତନରେ ଏହା କଠିନ୍ ସଂଘର୍ଷ କରି ସ୍ୱାଧୀନତାରେ ସଫଳ ହୋଇଥିବା ଆମ ପୂର୍ବ ପୁରୁଷଙ୍କ ପାଇଁ ପ୍ରକୃତ ବିଚାର ହେବ ।

ଏହି ପିଟିସନ୍‌ ଶୁକ୍ରବାର ଦିନ ମୁଖ୍ୟ ବିଚାରପତି ଏସ୍‌. ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ତାଲିକାଯୁକ୍ତ କରାଯାଇଥିଲା । କିନ୍ତୁ ପରେ ତାହାକୁ ହଟାଇଦିଆଯାଇଥିଲା । କାରଣ ସେ ଉପସ୍ଥିତ ନଥିଲେ । ସୁପ୍ରିମ୍‌କୋର୍ଟଙ୍କ ୱେବସାଇଟରେ ଅପଲୋଡ୍‌ ହୋଇଥିବା ନୋଟିସ୍‌ ଅନୁସାରେ ଏହି ମାମଲା ଉପରେ ପୁନଃ ଶୁଣାଣି ଜୁନ ୨ ରେ ଏବଂ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠରେ କରାଯିବ ବୋଲି ସୂଚନା ଦିଆଯାଇଛି ।