latest

ଫଳ ତଥା ପନିପରିବା ହାଟରୁ ଘରକୁ ଆସିଥାଏ ‘କରୋନା’ ! ବିଶେଷଜ୍ଞମାନଙ୍କ ଦ୍ୱାରା ସୁରକ୍ଷାର ଉପାୟ ସମ୍ୱନ୍ଧରେ ଜାଣନ୍ତୁ…

Spread the News

‘କରୋନା’ ସଂକ୍ରମଣ ସମସ୍ୟା ଦିନକୁ ଦିନ ଅତି ଜଟିଳ ରୂପ ନେବାରେ ଲାଗିଛି । ଏହି ମହାମାରୀ ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣାକ୍ରମରେ, ଦେଶରେ ବିଗତ ଦିନମାନଙ୍କରେ କିଛି କରୋନା ସକ୍ରିୟ ସଂକ୍ରମିତଙ୍କ ମାମଲାରେ ପନିପରିବା ହାଟ ସହିତ ଜଡ଼ିତ ଘଟଣାମାନ ଲକ୍ଷ୍ୟ କରାଯାଇଛି । ଏହିସବୁ ସଂକ୍ରମିତ ଘଟଣାଗୁଡ଼ିକ ଉପରେ ନଜର ପକାଇଲା ପରେ ଅନେକ ଲୋକଙ୍କ ମନରେ ଏକ ସ୍ୱତଃସ୍ଫୁର୍ତ୍ତ ପ୍ରଶ୍ନ ଉଙ୍କି ମାରୁଛି, ତାହା ହେଲା ହାଟରୁ କିଣାଯାଇଥିବା ପନିପରିବା ମାଧ୍ୟମରେ ଘରକୁ କରୋନା ଆସୁନାହିଁ ତ ? ପାଠକବନ୍ଧୁ ! ସଂକ୍ରମଣର ଆଶଙ୍କା ତ ନିଶ୍ଚୟ ରହିଛି, ତେବେ ଭୟ କରିବାର କୌଣସି କାରଣ ନାହିଁ । ବିଶେଷଜ୍ଞମାନେ ହାଟ ଓ ହାଟରୁ କିଣାଯାଇଥିବା ପନିପରିବା ସଂକ୍ରାନ୍ତିୟ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ନିମ୍ନରେ ପ୍ରଦତ୍ତ ଉପାୟଗୁଡ଼ିକ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

* ବିଶେଷଜ୍ଞମାନଙ୍କ ମତରେ ପନପରିବା କିଣିବା ପାଇଁ ହାଟକୁ ଗଲା ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରିବା ନିହାତି ଆବଶ୍ୟକ ।
* ହାଟକୁ ଗଲା ପୂର୍ବରୁ ହାତକୁ ଭଲ ଭାବରେ ସାନିଟାଇଜ୍‌ କରି ହାତରେ ଗ୍ଲୋବ୍‌ସ ପିନ୍ଧନ୍ତୁ । ହାଟରେ ପନିପରିବା କିଣିବା ବେଳେ ସବୁବେଳେ କପଡ଼ା ବ୍ୟାଗର ବ୍ୟବହାର କରିବା ଉଚିତ୍‌ । ବ୍ୟାଗକୁ ସିଧାସଳଖ ସ୍ପର୍ଶ ନକରି ହାତରେ ଗ୍ଳୋବ୍‌ସ ପିନ୍ଧି ଧରନ୍ତୁ । ଘରକୁ ଆସିବା ପରେ ପିନ୍ଧିଥିବା ପୋଷାକ ମଧ୍ୟ ସଫା କରନ୍ତୁ ।
* ଫଳ, ପରିବା କିଣି ଘରକୁ ଆସିଲା ପରେ କପଡ଼ା ବ୍ୟାଗକୁ ସଫା କରିବାକୁ ଭୁଲନ୍ତୁ ନାହିଁ । ଏଥିପାଇଁ ଗରମ ପାଣିରେ ଅଳ୍ପ ଲବଣ ବ୍ୟବହାର କରି ଏହି କପଡ଼ା ବ୍ୟାଗକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ ଓ ଏହାକୁ ଖରାରେ ଅତି କମ୍‌ରେ ୨ରୁ ୩ଘଣ୍ଟା ଶୁଖାଇ ଦିଅନ୍ତୁ, ଯାହାଫଳରେ ସଂକ୍ରମଣରୁ ମୁକ୍ତି ମିଳିବ ।
* ଆହୁରି ମଧ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା କରୋନା ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ପରିବା ଓ ଫଳଗୁଡ଼ିକୁ ସଫା କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଫଳ ଓ ପରିବାଗୁଡ଼ିକ ହାଟରୁ ଆଣିଲା ପରେ ଏହାକୁ ଲବଣ ପକାଇ ହାଲ୍‌କା ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଲବଣ ପରିବର୍ତ୍ତେ ବେକିଂ ସୋଢାର ମଧ୍ୟ ବ୍ୟବହାର କରିପାରିବେ । ଏହି ଫଳ ପରିବାକୁ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରେଇ ରଖନ୍ତୁ । ମାତ୍ର ପରିବା ଯଦି ଭଲ ଅଛି ତେବେ ତାକୁ କିଛି ସମୟ ଖରାରେ ରଖି ମଧ୍ୟ ସଂକ୍ରମଣ ମୁକ୍ତପାରିବେ ।
* ପନିପରିବା ଓ ଫଳଗୁଡ଼ିକୁ ୧ଦିନ ପରେ ବ୍ୟବହାର କଲେ ସଂକ୍ରମଣର ସମ୍ଭାବନା ହ୍ରାସ ପାଇଥାଏ । ଫଳ ଓ ପରିବାଗୁଡ଼ିକ ଧୋଇବା ପୂର୍ବରୁ ଓ ପରେ ହାତକୁ ସାବୁନ୍‌ରେ ଭଲ ଭାବରେ ସଫା କରିବାକୁ ଜମାବି ଭୁଲନ୍ତୁ ନାହିଁ ।

Tags: