latest

ପୁଣି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି

Spread the News

ରାଜ୍ୟରେ ଆଜି ପୁଣି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୧୯ଜଣ ସଙ୍ଗରୋଧ କେନ୍ଦ୍ରର ଥିବାବେଳେ ୧୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି। ୮୮୯ରେ ପହଞ୍ଚିଛି। ତେବେ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଅଛନ୍ତି।

Tags: ,