latest

ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ବର୍ଷିଲା କଂଗ୍ରେସ

Spread the News

କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାର ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ଏ ପ୍ରହସନ । ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ପୂର୍ବରୁ ପହଂଚି ଯାଉଛି ସରକାର କ’ଣ ଖର୍ଚ୍ଚ କରିବେ ସେସବୁର ତଥ୍ୟ ୨୮ ତାରିଖରୁ ସବୁ ବିଭାଗକୁ ଉନ୍ନୟନ କମିଶନର ଦେଇ ସାରିଥିଲେ । ବୈଠକ ପୂର୍ବରୁ ଯଦି ନିଷ୍ପତି ନିଆସରିଥିଲା ତେବେ ମନ୍ତ୍ରୀ ପରିଷଦ ବୈଠକ କାହିଁକି ଡ଼କାଯାଉଥିଲା । ଏହା ସହ ରାଜ୍ୟ ସରକାର ଘୋଷଣା କରିଥିବା କୃଷି, ମନରେଗା ଭଳି ଅନ୍ୟାନ ସହାୟତା କେବେ ଅବଲୋକରାର କାହାଣୀ । ଲୋକଙ୍କୁ ଭ୍ରମିତ କରିବା ପାଇଁ ଏକ ଉପାୟ ।