latest

୧ଜୁନ ଠାରୁ ଦେଶରେ ଲକ୍‌ଡାଉନ୍‌ ୫.୦ ସହ ଅନ୍‌ଲକ-୧ ଲାଗୁ : ଦେଶର ଅର୍ଥନୀତିକୁ ନେଇ ‘ମନ୍‌ କି ବାତ୍’‌ରେ କଣ କହିଲେ ପ୍ରଧାନମନ୍ତ୍ରୀ

Spread the News

ଆଜି ମନ୍‌ କି ବାତ୍’‌ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମର ୬୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ରବିବାର ଲକ୍‌ଡାଉନ୍‌ ୪.୦ର ଅନ୍ତିମ ଦିନ ବୋଲି କହିଛନ୍ତି। ୧ଜୁନ ସୋମବାର ଠାରୁ ଦେଶରେ ଲକ୍‌ଡାଉନ୍‌ ୫.୦ ସହ ଅନ୍‌ଲକ-୧ ଲାଗୁହେବ। ଏହି ପର୍ଯ୍ୟାୟରେ କେତେକ ନିୟମ କଡାକଡି ପାଳନ କରାଯିବ। ଯେପରି କଣ୍ଟେନମେଣ୍ଟ ଜୋନ୍‌ରେ ନିୟମ ପ୍ରଥମ ପର୍ଯ୍ୟାୟ ଲକଡାଉନ ଭଳି କଡାକଡି ରହିବ। ଅନ୍ୟସମସ୍ତ ଅଞ୍ଚଳ ଗୁଡିକରେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ।  

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ, ବିଶ୍ୱରେ କରୋନା ଯେଉଁ ଗତିରେ ବ୍ୟାପିଛି, ତାହା କିନ୍ତୁ ଭାରତରେ ହୋଇନାହିଁ । କୋରୋନା ଯୋଦ୍ଧାଙ୍କ ସମର୍ପିତ ସେବାର ଭୂୟସୀ ପ୍ରଶଂସା କରିଛନ୍ତି ମୋଦି ।

ଲୋକଙ୍କୁ ଖୁବ୍ ଶୀଘ୍ର ଦୁଃଖରୁ ମୁକ୍ତିର ମିଳିବ, କରୋନା ମୁକାବିଲାରେ ଦେଶ ଦୃଢ ସଂକଳ୍ପ ଦେଖାଇଛି । ଦେଶର  ଅର୍ଥବ୍ୟବସ୍ଥା ଧୀରେ ଧୀରେ ଟ୍ରାକକୁ ଫେରୁଛି।କରୋନା ମୁକାବିଲା ନେଇ ଆମେ ଆହୁରି ସତର୍କ ରହିବା ଜରୁରି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂକଟ ସମୟରେ ନୂଆ ଇନୋଭେସନ୍ ଦେଖିବାକୁ ମିଳିଛି । ଦେଶର ସବୁ ବର୍ଗର ଲୋକଙ୍କୁ କରୋନା ପ୍ରଭାବିତ କରିଛି। ଲକ୍ଷାଧିକ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚା ଯାଉଛି । ‘ଆତ୍ମନିର୍ଭର ଭାରତ’ ଯୋଜନା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ଆୟୁଷ୍ମାନ ଯୋଜନାରେ ଦେଶର ୧କୋଟି ଜନତା ଉପକୃତ ହୋଇଛନ୍ତି । ଜଳ ଅଛି ତ ଫଳ ଅଛି, ବର୍ଷା ପାଣି ସଂରକ୍ଷଣ ଜରୁରୀ ପୂର୍ବଭାରତର ବିକାଶ ଆମର ପ୍ରାଥମିକତା । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି।

ଆତ୍ମନିର୍ଭର ଭାରତ ଗଠନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି ତାଙ୍କ ଭାଷଣରକେ ପୂର୍ବ ଭାରତର ପ୍ରାକୃତିକ ବିପର୍ଯ୍ୟୟର କଥା ମଧ୍ୟ କହିଛନ୍ତି। ଗତ କିଛି ଦିନ ତଳେ ସାମୁଦ୍ରିକ ବାତ୍ୟା ‘ଅମ୍ପାନ୍’‌ ଆସିଥିଲା । ପଶ୍ଚିମବଙ୍ଗ ଏବଂ ଓଡିଶା ଅତିକ୍ରମ କରିବ ବୋଲି ପୂର୍ବରୁ ଅନୁମାନ କରାଯାଇଥିଲା । ଶେଷରେ ତାହାହିଁ ହେଲା । ତେବେ ବାତ୍ୟା ଅମ୍ଫାନ ମୁକାବିଲାରେ ଓଡିଶା, ପଶ୍ଚିମବଙ୍ଗର ଲୋକଙ୍କ ସାହସକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବାତ୍ୟା  ପରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାକୁ ମୁଁ ନିଜ ଯାଇଥିଲି ଏବଂ ଅମ୍ଫନ ମୁକାବିଲାରେ ଓଡ଼ିଶାବାସୀଙ୍କ ସାହସ ଓ ଧୈର୍ଯ୍ୟକୁ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି।ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଭୂମିକାକୁ ବି ପ୍ରଶଂସନୀୟ କହିଛନ୍ତି ପ୍ରଧାନମନ୍ତ୍ରୀ।

Tags: