44 ବର୍ଷରେ ହ୍ରିତିକ

୧୯୭୪ ମସିହା ଜାନୁୟାରୀ ୧୦ ତାରିଖ ଆଜିର ଦିନରେ ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନ ଜନ୍ମ ହୋଇଥିଲେ । ଏହାକୁ କଳନା କଲେ ୨୦୧୮ରେ ଆଜି ହ୍ରିତିକ ୪୪ ବର୍ଷରେ ପାଦ ଥାପିଲେ । ନିଜର ଶାନ୍ତ ସ୍ୱଭାବ ସହ ଡ୍ୟାନ୍ସ ଓ ଅଭିନୟର ଯାଦୁରେ ସେ ତିଆରି କରିପାରିଛନ୍ତି ଲକ୍ଷଲକ୍ଷ ପ୍ରଶଂସକ । ତେବେ ଏହି ଜନ୍ମ ଦିନରେ ଜାଣନ୍ତୁ ହ୍ରିତିକଙ୍କ ବିଷୟରେ କିଛି ଅଜଣା କଥା ।

– ହ୍ରିତିଙ୍କ ପ୍ରକୃତ ନାଁ ହେଉଛି ହ୍ରିତିକ ରାକେଶ ନାଗରାଥ ।

-ହ୍ରିତିକଙ୍କ ଡାକ ନାଁ ଡୁଗୁ । ଯାହା ତାଙ୍କର ଜେଜେମା’ ଛୋଟ ବେଳେ ଦେଇଥିଲେ ।

-ସମସ୍ତେ କହନ୍ତି ‘କହୋ ନା ପ୍ୟାର ହେ’ ହେଉଛି ହ୍ରିତିକଙ୍କ ପ୍ରଥମ ଅଭିନିତ ଚଳଚ୍ଚିତ୍ର । ହେଲେ ୧୯୮୦ରେ ସୁରଷ୍ଟାର ଜିତେନ୍ଦ୍ରଙ୍କ ଅଭିନିତ ଚଳଚ୍ଚିତ୍ର ‘ଆଶା’ ରେ ସେ ଏକ ଡ୍ୟାନ୍ସ ସିକ୍ୱେନ୍ସରେ ଅଭିନୟ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଶହେ ଟଙ୍କା ପାରିଶ୍ରମିକ ମିଳିଥିଲା ।

-ହ୍ରିତିକ ୨୦୧୧ରୁ ଧୂମ୍ରପାନ ଛାଡି ଦେଇଛନ୍ତି ।

-ହ୍ରିତିକଙ୍କର ନିଜ ଫ୍ୟାସନ ବ୍ରାଣ୍ଡ ରହିଛି ଯାହାର ନାଁ ଏଚ୍ଆରଏକ୍ସ । ଏକାଧିକ ଥର ଏସିଆର ସବୁଠାରୁ ସେକ୍ସି ପୁରୁଷ ତାଲିକାରେ ଶୀର୍ଷରେ ସ୍ଥାନ ପାଇବା ପରେ ସେ ଏହି ବ୍ରାଣ୍ଡ ୨୦୧୩ରେ ଆରମ୍ବ କରିଥିଲେ ।

-ଟୁଇଟରରେ ହ୍ରିତିକଙ୍କର ୧୨.୯ ମିଲିଅନ୍ ଫଲୋଅର୍ସ ଅଛନ୍ତି । ଏଥିସହ ଲଣ୍ଡନର ମ୍ୟାଡେମ ତୁସାବ ମହମ ମ୍ୟୁଜିଅମରେ ତାଙ୍କର ପ୍ରତିମୂର୍ତି ଅଛି । ସେ ପଂଚମ ଭାରତୀୟଭାବେ ତାଙ୍କର ସେଠାରେ ମହମ ପ୍ରତିମୂର୍ତି ସ୍ଥାପନ କରାଯାଇଛି ।

-ଛୋଟ ଥିବା ସମୟରେ ତାଙ୍କର ମଧୁବାଳା ଓ ପରବିନ୍ ବବିଙ୍କ ସହ କ୍ରସ ଥିଲା ବୋଲି ସେ ସ୍ୱିକାର କରିଛନ୍ତି ।

-୨୦୦୦ ମସିହାରେ ତାଙ୍କ ଜନ୍ମଦିନ ଦିନ ସେ ୩୦ ହଜାର ବାହାଘର ପ୍ରପୋଜାଲ ପାଇଥିଲେ ।