latest

ବାପାମା’ ନିଜ ପିଲା ପାଇଁ କିଣନ୍ତି ସିଗାରେଟ୍

ସିଗାରେଟ୍ ଟାଣିବାକୁ ନେଇ ଅନେକ ସ୍ଥାନରେ ଭିନ୍ନଭିନ୍ନ କଟକଣା ରହିଛି । ସେହିପରି ଛୋଟ ଠାରୁ ଆରମ୍ବ କରି ବଡ ପର୍ଯ୍ୟନ୍ତ ସିଗାରେଟ୍ ନଟାଣିବା ପାଇଁ ଅନେକ ସଚେତନମୂଳକ କାର୍ଯ୍ୟକ୍ରମ କରାଯାଉଛି । ହେଲେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ବାପାମା’ ନିଜ ଛୋଟ ପିଲା ପାଇଁ ସିଗାରେଟ୍ କିଣନ୍ତି । ଏପରିକି ଛୋଟ ବୟସରୁ ସେମାନଙ୍କୁ ସିଗାରେଟ୍ ଟାଣିବା ଅଭ୍ୟାସ ମଧ୍ୟ କରାନ୍ତି । ପର୍ତୁଗାଲର ଏକ ଗାଁରେ ଏଭଳି ଚିତ୍ର ଏବେ ସାମ୍ନାକୁ ଆସିଛି । ଏହି ଗାଁର ଲୋକେ ଏକ ପୁରୁଣା ଅନ୍ଧବିଶ୍ୱାସ ସହ ବାନ୍ଧି ହୋଇ ରହିଛନ୍ତି । ଯେଉଁ ପରପମ୍ପରାକୁ ନେଇ ଏହିମାନେ ପେଟ ପୁରା ଖାଇବା ସହ ମାତ୍ରାଧିକ ନିଶାସେବନ କରନ୍ତି । ଏହି ପରମ୍ପରାକୁ ସେଠାରେ ‘କିଙ୍ଗ୍ସ ଫିଷ୍ଟ୍’ ଅର୍ଥାତ୍ ‘ରାଜା ଭୋଜି’ କୁହାଯାଏ । ଏହି ଉତ୍ସବ ଶୁକ୍ରବାର ଠାରୁ ଆରମ୍ବ ହୁଏ ଶନିବାର ପର୍ଯ୍ୟନ୍ତ ଚାଲେ । ଉତ୍ସବ ସମୟରେ ଏକ ବର୍ଣ୍ଣଫାୟର ହୁଏ । ଯାହାର ଚାରିପଟେ ଲୋକେ ବୁଲିବୁଲି ଗୀତ ଗାଆନ୍ତି ଓ ନାଚନ୍ତି । ପର୍ତୁଗାଲରେ ତମାଖୁ କିଣିବାର ସର୍ବନିମ୍ନ ବୟସ ୧୮ ରହିଛି । ହଲେ ପ୍ରତି ବର୍ଷ ଏହି ଉତ୍ସବ ସମୟରେ ଏହି ନିୟମକୁ ଅଣଦେଖା କରାଯାଏ । ଯାହା ଦ୍ୱାରା ବାପାମା’ମାନେ ସେମାନଙ୍କ ପିଲା ପାଇଁ ନିଶା ଜାତୀୟ ତମାଖୁ କିଣିଥାନ୍ତି ।  ଚଳିତ ବର୍ଷ ଏହି ଉତ୍ସବ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।