ଆଲୋକ ନାଥଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଯୌନ ଶୋଷଣ ବିବାଦରେ ବଲିଉଡ୍ କଳାକାର ଆଲୋକ ନାଥ I  ମହିଳା ପ୍ରଡ୍ୟୁସର ବିନୀତା ନନ୍ଦା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ୯୦ ଦଶକର ଟେଲି ସୋ ତାରାର ନିର୍ମାଣ ବେଳେ ଆଲୋକ ନାଥ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିନୀତା । ଏନେଇ ବିନୀତା ତାଙ୍କ ଫେସବୁକ ପେଜରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି ।

ସେ ଏହି ପୋଷ୍ଟରେ ଆଲୋକ ନାଥଙ୍କ ନାଁ ନେଇନାହାନ୍ତି, କିନ୍ତୁ ଆଲୋକ ଯେଉଁ ସରିଏଲରେ ଅଭିନୟ କରୁଛନ୍ତି ସେହି ସିରିଏଲ ନାଁ ସେ ଉଲ୍ଲେଖ କରିିଛନ୍ତି । ସଂସ୍କାରୀ ବାବୁଜୀ ଭାବେ ପରିଚିତ ଆଲୋକ ନାଥଙ୍କ ନାଁ ଏଥିସହ ବିବାଦ ଘେରକୁ ଚାଲିଆସିଥିବା ବେଳେ ସମୟ ଆସିଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଆଲୋକ ନାଥ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *