ବାସ୍ତୁଦୋଷ ଦୂର କରେ ଝୁଣା ଧୂଆଁ

ହିନ୍ଦୁ ଧର୍ମ ଅନୁସାରେ ଘରେ ଝୁଣା ଦେବା ପରମ୍ପରା ବହୁତ ପୁରଣା ପ୍ରତିଦିନ ଘରେ ଝୁଣା ଧୂଆଁ ଦେଲେ ମନ ପ୍ରସନ୍ନ ରହିଥାଏ । ଝୁଣାର ଉପଯୋଗ ବାସ୍ତୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଝୁଣା ଦେବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ । 


-ଘରେ ଏକ ସପ୍ତାହ ଯାଏଁ ନିମ୍ବପତ୍ର ପକାଈ ଝୁଣାଧୂଆଁ ଘରେ ଦିଅନ୍ତୁ । ଏହା ଘରର ସମସ୍ତ ପ୍ରକାର ଜୀବାଣୁ ନଷ୍ଟ କରିବା ସହ ବାସ୍ତୁ ଦୋଷ ଦୂର କରିବ ।
-ଗୋଗୁଳ ଆପଣଙ୍କ ଘରର ବାସ୍ତୁ ଦୂର କରିପାରିବ । ଗୋଗୁଳ ମିଶ୍ରିତ ଧୂଆଁ ଘରେ ଦେବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ।
-ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ କର୍ପୁର ଓ ଲବଙ୍ଗ ପକାଇ ଝଣା ଧୂଆଁ ଘରେ ଦିଅନ୍ତୁ । ପ୍ରାର୍ଥନା ପରେ ଘରେ ଆଳତି କରନ୍ତୁ ।
-ଯଦି ଭୁଲ ବଶତଃ ସିଢ଼ି ଓ ପାଇଖାନା ଭୁଲ ଦିଗରେ ତିଆରି କରିଛନ୍ତି ତେବେ ଚିନ୍ତା କରିବାର କାରଣ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ସେହି ଯାଗାରେ କର୍ପୂର ରଖିଦିଅନ୍ତୁ ସମସ୍ୟା ଦୂର ହୋଇଯିବ ।
-ଆର୍ôଥକ ସ୍ଥିତି ଭଲ ରହୁ ନଥିଲେ ପ୍ରତିଦିନ ମହାକାଳୀଙ୍କ ଆଗରେ ଝୁଣା ଦିଅନ୍ତୁ । ଆର୍ôଥକ ସ୍ଥିତି ସୁଧୁରିଯିବ ।

Leave a Reply

Your email address will not be published. Required fields are marked *