ନକଲି ବିଧାୟକଙ୍କ ରାସଲୀଳା, ଯୁବତୀଙ୍କ ସହ ସାତ ଦିନ…

ନିଜକୁ ବିଧାୟକ ବୋଲି ପରିଚୟ ଦେଇ ସର୍କିଟ ହାଉସର ରୁମ୍ ବୁକ କଲେ । ସେଠାରେ ସାତ ଦିନ ବିଭିନ୍ନ ରୁମରେ ଗୋଟିଏ ଯୁବତୀ ସହ ରହିଲେ । ତାଙ୍କୁ ଖୋଜି ଖୋଜି ତାଙ୍କ  ସ୍ତ୍ରୀ ସେଠାରେ ପହଂଚିବାରୁ ଯୁବତୀକୁ ନେଇ ସେଠାରୁ ସେ ଫେରାର୍ ହୋଇଗଲେ । ଏହିଭଳି ଚିତ୍ର ଦେଖିବାକୁ ମିଳିଛି ବିହାରର ଭୋଜପୁର ସର୍କିଟ ହାଉସରେ । ମିଳିଥିବା ସୂଚନା ମୁତାବକ, ଝାରଖଣ୍ଡ ରାଂଚିର ଧୁର୍ବା ଅଂଚଳରେ ରହୁଥିବା ଅମରେନ୍ଦ୍ର କୁମାର ସିଂହ ନାମକ ଜଣେ ମସଲା ବେପାରି ନିଜକୁ ନକଲି ବିଧାୟକ ସଜାଇ ଭୋଜପୁର ଜିଲ୍ଲା ଅଧିକାରୀଙ୍କ ଓଏସଡିଙ୍କୁ ଫୋନ୍ କରି ସର୍କିଟ ହାଉସର ଏକ ରୁମ୍ ବୁକ କରିଥିଲେ । ବୁକ କରିବା ପରଦିନ ସେ ଜଣେ ଯୁବତୀଙ୍କୁ ତାଙ୍କ ପତ୍ନୀ ସଜାଇ ସେଠାକୁ ନେଇଥିଲେ । ସେଠାରେ ସେ ସାତଦିନ ରହିଥିଲେ । ପ୍ରତ୍ୟେକ ଦିନ ସେ ଅଲଗା ଅଲଗା ରୁମରେ ରହୁଥିଲେ । ସାତଦିନ ଯୁବତୀଙ୍କ ସହ ଉକ୍ତ ସର୍କିଟ ହାଉସରେ ରାସଲୀଳା କରିବା ପରେ ନୂଆବର୍ଷ ଦିନ ତାଙ୍କ ପତ୍ନୀ ସାଲିନି ଦେବୀ ସେଠାରେ ପହଂଚି ଥିଲେ । ହେଲେ ଏହା ପୂର୍ବରୁ ସେ ସେଠାରୁ ଉକ୍ତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ । ସାଲିନୀ ଆସିବା ପରେ ଏହି ଘଟଣା ଉପରୁ ପରଦା ହଟିଥିଲା । ଅମରେନ୍ଦ୍ର କୌଣସି ପୂର୍ବତନ ବିଧାୟକ ନୁହନ୍ତି ବରଂ ସେ ଜଣେ ମସଲା ବେପାରି ବୋଲି ତାଙ୍କ ପତ୍ନୀ କହିଥିଲେ । ସେହିପରି ସ୍ୱାମୀ ଆଣିଥିବା ଯୁବତୀଙ୍କ ସହ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିବା କଥା ମଧ୍ୟ ସାଲିନି କହିଥିଲେ । ଅପରପକ୍ଷରେ ଉକ୍ତ ଯୁବତୀ ଜଣଙ୍କୁ କେହି ଅପହରଣ କରିନେଇଥିବା ନେଇ ଆସମସୋଲର ଏକ ଥାନାରେ ମାମଲା ରୁଜୁ ହୋଇଛି । ଏହି ସମ୍ପର୍କରେ ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ । ଅମେରେନ୍ଦ୍ରଙ୍କ ବାହାଘର ଆଜକୁ ୧୧ ବର୍ଷ ତଳେ ହୋଇଥିବା ସାଲିନି କହିଥିଲେ । ତାଙ୍କର ଏକ ସାତ ବର୍ଷର ପୁଅ ମଧ୍ୟ ଥିବା ସେ କହିଛନ୍ତି ।