ତିତଲି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ବାତ୍ୟା ‘ତିତଲି’ ପାଇଁ ସାରା ଓଡିଶା  ଚିନ୍ତାରେ । ସ୍ଥଳ ଭାଗ ଛୁଇଁଲା ପରେ ତିତଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି । ଯାହାର ସ୍ଥିତି ଏବଂ କ୍ଷୟକ୍ଷତି ଆକଳନ ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଜପତି ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି  ହୋଇଥିବା କହିଛନ୍ତି ।  ଗଞ୍ଜାମ ଠାରୁ ଗଜପତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗଜପତିକୁ ଅଧିକ 2ଟି ଏନଡିଆରଏଫ୍ ଯିବେ । ଗଜପତିର ସମସ୍ତ ବ୍ଲକ୍ କ୍ଷତିଗ୍ରସ୍ତ ହୋଇଛି ।

ଗଞ୍ଜାମ, ଗଜପତି, ବାଲେଶ୍ୱର ଓ ଜଗତସିଂହପୁର 100 ମିମିରୁ ଅଧିକ ବର୍ଷା ହୋଇଛି ବୋଲି ସୁଚନା ମିଳିଛି । ଏହା ସହ ମୋହନାରେ ସର୍ବାଧିକ 315 ମିମି ବର୍ଷା ରେକର୍ଡ କରାଯାଇଛି । 4ରୁ 5ଟି ଜିଲ୍ଲାରେ 200 ମିମି ବର୍ଷା ହୋଇଥିବାବେଳେ 3ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 1122ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର । ରିଲିଫ୍ କ୍ୟାମ୍ପରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଯୋଗାଇ ଦିଆଯିବ । ସେହିପରି ବଂଶଧାରାରେ ବନ୍ୟା ଆସିପାରେ । ଅନ୍ୟାନ୍ୟ ନଦୀଗୁଡ଼ିକରେ ପାଣି ନଥିବାରୁ ବନ୍ୟା ଆଶଙ୍କା ନଥିବା ଜଣାପଡ଼ିଛି । ଜିରୋ ଫାଇଲିନ୍ ଭଳି ଜିରୋ କାଜୁଆଲିଟି ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ଯାହା ମଧ୍ୟ ସଫଳ ହୋଇଛି । ତେବେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହି  ବୈଠକରେ  ଏସଆରସି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ଡିଜିଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ଏହି ଉଚ୍ଚସ୍ତରୀୟ ବୈଠକରେ ଉପସ୍ଥିତ ଥିଲେ ।

Tags:

Leave a Reply

Your email address will not be published. Required fields are marked *