latest

ଗର୍ଭାବସ୍ଥାରେ ଖାଆନ୍ତୁ ଅଣ୍ଡା, ବୁଦ୍ଧିମାନ ହେବ ଛୁଆ

ଗର୍ଭବତୀ ସମୟରେ ମହିଳାମାନଙ୍କ ଅଧିକ ପୃଷ୍ଟିସାର ଯୁକ୍ତ ଖାଦ୍ୟ ଦରକାର ପଡିଥାଏ । କାରଣ ମା’ ଖାଇବାର ସିଧାସଳଖ ପ୍ରଭାବ ଗର୍ଭରେ ଥିବା ଛୁଆ ଉପରେ ପଡିଥାଏ । ସେଥିପାଇଁ ଗର୍ଭାବସ୍ଥାରେ ମହିଳାମାନେ ଅଣ୍ଡା ଖାଇବା ଦରକାର । ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ,ସେଲେନିୟମ, ଜିଙ୍କ୍, ଭିଟାମିନ ଏ, ଡି ଏବଂ କିଛି ମାତ୍ରାରେ ବି କପ୍ଲେକ୍ସ ରହିଛି । ଏହା ଜଣେ ଗର୍ଭବତୀ ମହିଳାଙ୍କ ଶରୀରରେ ଆବଶ୍ୟକ ସମସ୍ତ  ଜରୁରୀ ଉପାଦାନ ପୂରଣ କରିଥାଏ । ଅଣ୍ଡା ଖାଇବା ଦ୍ୱାରା ଶିଶୁର ମାନସିକ ସ୍ତରରେ ଉନ୍ନତି ହୋଇଥାଏ ବୋଲି ଏହା ବିଭିନ୍ନ ପରୀକ୍ଷାରେ ମଧ୍ୟ ପ୍ରମାଣିତ ହୋଇସାରିଛି । ଅଣ୍ଡାରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ ରହିଛି ଯାହା ଗର୍ଭାବସ୍ଥା ପାଇଁ ନିତ୍ୟାନ୍ତ ଆବଶ୍ୟକ । ଗର୍ଭର ବଢୁଥିବା ଶିଶୁଟିର ପ୍ରତ୍ୟେକ କୋଷିକା ଏହି ପ୍ରୋଟିନରେ ତିଆରି ହୁଏ । ଅଣ୍ଡାରେ ୧୨ ପ୍ରକାର ଭିଟାମିନ ମହଜୁଦ୍ ରହିଛି । ଏଥିରେ ଥିବା ଓମେଗା-୩ ଫେଟି ଏସିଡ ଗର୍ଭରେ ଥିବା ଛୁଆର ସମ୍ପୂର୍ଣ୍ଣ ବିକାଶ କରିଥାଏ । ଅଣ୍ଡା ଖାଇବା ଦ୍ୱାରା ଭବିଷ୍ୟତରେ ଶିଶୁର କୌଣସି ପ୍ରକାର ମାନସିକ ଅସନ୍ତୁଳ ଦେଖା ଦେବ ନାହିଁ । ତେବେ ଯେଉଁ ମହିଳାମାନଙ୍କର କୋଲେଷ୍ଟରଲ ମାତ୍ରା ଅଧିକ ରହିଛି ସେହିମାନେ ଅଣ୍ଡାର କେଶର ଖାଇବା ଉଚିତ୍ ନୁହେଁ । ଗର୍ଭବସ୍ଥାରେ ମହିଳାମାନଙ୍କୁ ଦିନକୁ ୩ଶହ କ୍ୟାଲୋରି ଖାଦ୍ୟ ଖାଇବା ଦରକାର । ଏହାଦ୍ୱାରା ସେମାନଙ୍କର ଓ ସେମାନଙ୍କ ଛୁଆର ପୋଷଣ ମିଳିଥାଏ । ଅଣ୍ଡାରେ ସର୍ବାଧିକ ୭୦ କ୍ୟାଲୋରୀ ଥାଏ ଯାହା ଉଭୟ ମା ଓ ଛୁଆ ପାଇଁ ଶକ୍ତି ଯୋଗାଇଥାଏ ।