ଦୁଇ ମୁଖ୍ୟମନ୍ତ୍ରୀଙ୍କ କଳିରେ ହାର୍ଦିଙ୍କ ବାଣ

ଗୁଜୁରାଟ – ପୁଣି ସମସ୍ତଙ୍କ ନଜରକୁ କେନ୍ଦିଭୂତ କରିଛି ଗୁଜୁରାଟ ରାଜନିତି । ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବା ବିଜୟ ରୂପାଣି ଓ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏବେ ମୁହଁ।ମୁହିଁ ହୋଇଛନ୍ତି । ସରକାର ଆରମ୍ବ ହେବାର ଦିନ କେଇଟା ନବିତୁଣୁ ବିଭାଗ ଆବଂଟନ କୁନେଇ ଏହି ଦୁଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପରଷ୍ପର ବିରୋଧି ହେବାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଉପମୁଖ୍ୟମନ୍ତ୍ରୀ ନିତିନ ଚାହୁଁଥିବା ଗୃହ ଓ ସହରାଂଚଳ ବିକାଶ ବିଭାଗ ତାଙ୍କୁ ମିଳି ନାହିଁ । ଏପିକି ରାଜସ୍ୱ ଓ ଅର୍ଥ ବିଭାଗରୁ ମଧ୍ୟ ତାଙ୍କୁ ଦୂରେଇ ରଖାଯାଇଛି । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ନିତିନଙ୍କୁ ସଡକ, ବାସଗୃହ, ସ୍ୱାସ୍ଥ୍ୟ ଓ ପରିବାର, ଚିକିତ୍ସା ଓ ଶିକ୍ଷା ବିଭାଗ ମିଳିଛି । ଯାହା ଦଳରେ ତାଙ୍କ ଗୋଷ୍ଠୀଙ୍କୁ ଖୁସି କରିପାରିନଥିବା କୁହାଯାଉଛି । ଏପରିକି ତାଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ନିତିନ ଓ ମୁଖ୍ୟମନ୍ତ୍ରୀ ବିଜୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଛି । ଉକ୍ତ  ଘଟଣା ନେଇ ସେ ଦିଲ୍ଲୀ ଦଳୀୟ କାର୍ଯ୍ୟାଳୟକୁ ଜଣାଇଛନ୍ତି । ତିନି ଦିନ ମଧ୍ୟରେ ଏହା ଉପରେ ସମାଧାନର ବାଟ ବାହାର କରିବାକୁ ସେ କେନ୍ଦ୍ରକୁ କହିଥିବା ବେଳେ ଯଦି ଏହାର ସମାଧାନ ନ ହୁଏ ତାହାଲେ ୧୦ ଜଣ ବିଧାୟକଙ୍କ ସହ ସେ ପଦ ଓ ଦଳ ଛାଡିବେ ବୋଲି ଚେତାବନି ଦେଇଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଏହି ମତାନ୍ତରର ଫାଇଦା ଉଠାଇଛନ୍ତି କଂଗ୍ରେସର ହାର୍ଦ୍ଦିକ ପଟେଲ । ଦୁଇ ଜଣଙ୍କ ବିବାଦରେ ସେ ନିତିନଙ୍କୁ ଟାର୍ଗେଟ କରିଛନ୍ତି । ଯଦି ୧୦ ଜଣ ବିଧାୟକଙ୍କୁ ନେଇ ନିତିନ ଦଳ ଛାଡି କଂଗ୍ରେସରେ ଯୋଗ ଦିଅନ୍ତି ତାହାଲେ ତାଙ୍କ ପାଇଁ ଉପଯୁକ୍ତ ସ୍ଥାନ କଂଗ୍ରେସରେ ଦେବା ପାଇଁ ସେ କଥାବାର୍ତା କରିବେ ବୋଲି କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ ଯଦି ବିଜେପି ନିତିନଙ୍କୁ ସମ୍ମାନ ଦେଉନାହିଁ ତାହାଲେ ସେ ଦଳ ଛାଡି କଂଗ୍ରେସରେ ଯୋଗ ଦିଅନ୍ତୁ । ଏହାକୁ ନେଇ ବିଜେପି ଶିବିରରେ ହଇଚଇ ସୃଷ୍ଟି ହୋଇଛି । ନିତିନଙ୍କୁ ବୁଝାଇବା ପାଇଁ ତାଙ୍କ ବାସଭବନରେ ବିଜେପ ନେତାମାନେ ପହଂଚିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଏହାକୁ ନେଇ ଏକ ବୈଠକ ମଧ୍ୟ ହୋଇଛି । ତେବେ ଆଗାମୀ ଦିନରେ ଗୁଜୁରାଟର ରାଜନୈତିକ ପାଣିପାଗ କେଉଁରୂପ ନେବ ତାହା ଦେଖିବାକୁ ବାକି ରହିଲା ।