ରାଜନୀତିର ଅର୍ଥ ଷଡଯନ୍ତ୍ର ନୁହେଁ ସମାଜା ସେବା : ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ରାଜନୀତିର ଅର୍ଥ ଷଡଯନ୍ତ୍ର ନୁହେଁ ବରଂ ସମାଜ ସେବା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ବିଭିନ୍ନ ଜନକଲ୍ୟାଣମୂଳକ  କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବା ହିଁ ରାଜନୀତିର  ସଂଜ୍ଞା ବୋଲି ମନ୍ତ୍ରୀ ଶ୍ରୀଜେନା ମତବ୍ୟକ୍ତ କରିଥିଲେ ।

ଗାନ୍ଧୀଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ବିଜେଡିର  ଜନସମ୍ପର୍କ ପଦଯାତ୍ରା ଆରମ୍ଭ  ହୋଇଛି । ଏହି ଅବସରରେ  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଭଭାଷଣଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛି । ସେ  ତାଙ୍କ ଭାଷଣରେ କହିଥିଲେ ଜାତିର ଜନକ ମହାତ୍ମାଗାନ୍ଧୀ ନାରୀ ଜାତିର ଉନ୍ନତି କଥା ଚିନ୍ତା କରୁଥିଲେ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ଆଗେଇ ନେବାକୁ  ପ୍ରୟାସ କରୁଥିଲେ ।  ଗାଁକୁ କାମଓ ମା ସମ୍ମାନ ଦେବାକୁ  ବିଜୁ ପଟ୍ଟନାୟକ ସ୍ଲୋଗାନ ଦେଇଥିଲେ । ମହିଳାଙ୍କ ବିକାଶ ପାଇଁ  ଉଦ୍ୟମ ଜାରି ରଖିଥିଲେ ।  ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଯାନ ଜାରି ରଖିଛନ୍ତି ।  ମମତା ଯୋଜାନଠାରୁ ଆରମ୍ଭ କରି ନାରୀ ମାନଙ୍କର ବିକାଶ ପାଇଁ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ନବୀନ ସରକାର ପ୍ରଚଳନ କରିବା ସହ ଓଡିଶାର ବିକାଶଧାରାକୁ ଆଗେଇନେଇଛନ୍ତି ।

ସରକାରଙ୍କ ବିଭିନ୍ନ  ଯୋଜାନ ସଫଳ ରୂପାୟନ ହୋଇଛି  ଏବଂ ଏଥିପାଇଁ ଜନସାଧାରଣଙ୍କର ଆକୁଣ୍ଠ ସହଯୋଗ ରହିଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ମାହାଙ୍ଗା ବ୍ଲକର ଭେଡାଠାରେ ଜନସମ୍ପର୍କ ପଦଯାତ୍ରା ପରିପେକ୍ଷୀରେ ଆୟୋଜିତ ଏକ ବିଶାଳ ସମାବେଶରେ ଉଦବୋଧନ ଦେଇ ମନ୍ତ୍ରୀ  ଶ୍ରୀ ଜେନା ଉପରୋକ୍ତ ମତ ଦେଇଛନ୍ତି ।  ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିବାରୁ ସେ ଆନ୍ତରିକାତାର ସହ କୃତଜ୍ଞତା ଜ୍ଞାପନ କରିଥିଲେ ।  ଏହି ପଦଯାତ୍ରାରେ ପ୍ରାୟ 2000 ଲୋକ ଯୋଗଦାନ କରିଥିଲେ । ପଦଯାତ୍ରା ବିଭିନ୍ନ ଅଞ୍ଚଳଦେଇ ପରିକ୍ରମା କରିବା ବେଳେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ପୁଶ୍ପମାଲ୍ୟ ପ୍ରଦାନ କରିବା ଶୁଭେଚ୍ଛା ଜଣାଇଥିଲେ ।

Tags:

Leave a Reply

Your email address will not be published. Required fields are marked *