ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଧନିଆ ପତ୍ର

ଆମେ ଖାଦ୍ୟରେ ଧନିଆ ପତ୍ରକୁ ଖାଦ୍ୟର ବ୍ୟବହାର କରୁ । ଧନିଆ ପତ୍ର ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଏହାକୁ ଆକର୍ଷଣୀୟ କରିଥାଏ । ଏହା ଶରୀର ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ଧନିଆ ପତ୍ରର ଏକ ସ୍ୱତନ୍ତ୍ର ଗୁଣ ହେଉଛି, ଏହା ମୁହଁକୁ ସତେଜ ରଖିବା ସହ ଏହାକୁ ବ୍ରଣ ଓ ବୟସଜନିତ ପ୍ରଭାବରୁ ମଧ୍ୟ ସୁରକ୍ଷା ଦିଏ । ଆଳୁ ଓ ଟମାଟୋ ଯେଭଳି ମୁହଁର କଳା ଦାଗକୁ ହଟାଇବାରେ ସାହାର୍ଯ୍ୟ କରିଥାନ୍ତି । ସେହିଭଳି ଧନିଆ ପତ୍ର ମଧ୍ୟ ମୁହଁର ଦାଗ ଦୂର କରିବା ସହ ଏହାକୁ ଉଜ୍ଜ୍ୱଳ ରଖିଥାଏ । ମୁହଁରେ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା, ଧନିଆ ପତ୍ର କେମିତି ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏବଂ ଆପଣ କିପରି ଏହାର ବ୍ୟବହାର କରିବେ ।
ତ୍ୱଚାକୁ ସୁରକ୍ଷା ଦିଏ : ଅଧା ଚାମଚ ଧିନିଆ ଅଲବିରା ଜେଲ ଭଲଭାବେ ମିଶାଇ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ତ୍ୱଚାର ଲୋଚାପଣ ଦୂର ହେବ ଏବଂ ବୟସ ପୂର୍ବରୁ ଆପଣଙ୍କ ମୁହଁ ବୟସ୍କ ପରି ଦେଖାଯିବ ନାହିଁ ।
ବ୍ରଣରୁ ରକ୍ଷା କରେ: ଧନିଆ ପେଷ୍ଟରେ ଅଳ୍ପ କିଛି ବୁନ୍ଦା ଲେମ୍ବୁ ମିଶାଇ, ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଲଗାଇବାର ୧୫ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତି । ଏହାଦ୍ୱାରା ମୁହଁରେ ବ୍ରଣ ହୋଇନଥାଏ ।
ମୁହଁ ଉଜ୍ଜଳ ଦିଶେ: ଧନିଆ ପେଷ୍ଟରେ ଲେମ୍ବୁ ରସ ସହ ମହୁ ମିଶାଇ ଲଗାଇଲେ, ମୁହଁ ଉଜ୍ଜଳ ଦେଖାଯାଇଥାଏ । ଏହି ପେଷ୍ଟକୁ ଲଗାଇବାର ୧୫ ରୁ ୨୦ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ ।


ମୁହଁରେ ଥକ୍କାପଣର ପ୍ରଭାବ ଦୂର କରେ  ଦିନସାରା କାମ କରିବା ପରେ ଶରୀରରେ ଥକ୍କାପଣର ପ୍ରଭାବ ଯୋଗୁ ମୁହଁର ଉଜ୍ଜ୍ୱଳତା କମି ଯାଇଥାଏ । ପୁଣିଥରେ ମୁହଁ ସତେଜ ରହିବା ଚାହୁଁଥିଲେ । କିଛି ଧନିଆ ପତ୍ର ଆଇସ କ୍ୟୁବରେ ରଖନ୍ତୁ । ଏହାପରେ ଏହି କ୍ୟୁବକ ହାଲକାଭାବେ ମୁହଁରେ ମସାଜ କରନ୍ତୁ ।

Leave a Reply

Your email address will not be published. Required fields are marked *