ଘରଭଡା ମାଗିବାରୁ …ମାଲିକାଣୀ ଝିଅକୁ ଅପହରଣ ପରେ ଦୁଷ୍କର୍ମ

ଘରଭଡା ମାଦିବାରୁ ମାଲିକାଣିଙ୍କ ନାବଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ  କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଦମ୍ପତ୍ତିକୁ ଖଣ୍ଡଗିରିପୁଲିସ ଗିରଫ ଗରିଛି । ଗିରଫ ଦମ୍ପତ୍ତି ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଇଟାପଲାର କ୍ରିଷ୍ଣା କୁମାର ନାୟକ ଓରଫ ରାଜଗୁରୁ (26) ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ ।  ସୂଚନା ଅନୁସାରେ, ରାଜଗୁରୁ ଓ ସୁମିତ୍ରା ଖଣ୍ଜଗିରି ଥାନା ଭରତପୁର ସନ୍ତୋଷୀ ନଗରରେ ଜଣେମହିଳାଙ୍କ ଘରେ ରହୁଥିଲେ । 6ମାସ ହେବ ସେ ଘର ଭଡା ଦେଇନଥିଲେ । ତେଣୁ ଘରମାାଲିକାଣୀ ତାଙ୍କୁ ଘରଭଡା ମାଗିଥିଲେ । ରାଜୁ ଟଙ୍କାନଦେଇ ଓଲଟି ଘରମାଲିକାଣୀକୁ ଗାଳି ଗୁଜ କରିବା ସହ  ତାଙ୍କ ଝିଅକୁ ଅପହରଣ କରିନେଇ ଝାନସୀରେ ବିକ୍ରି କରିଦେବ ବୋଲି ଧମକ  ଦେଇଥିଲା । ଗତ ମାର୍ଚ୍ଚ 28ରେ ମାଲିକାଣୀ ତାଙ୍କ ଝିଅକୁ ନରପାଇ ଖୋଜାଖୋଜି କରିଥିଲେ । ପରେ ରାଜୁ ଓ ତାଙ୍କ ପତ୍ନୀ ଘରେ ନଥିବା ଜାଣିବାକୁ ପାଇଥିଲେ । ତେଣୁ ସେମାନଙ୍କ ଉପରେ  ସନ୍ଦେହ ହେବାରୁ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଗୁରୁବାର ଫାୟାର ଷ୍ଟେସନ ନିକଟରେ ରାଜୁ ଓ ସୁମିତ୍ରା  ନାବାଳିକାକୁ ଧରି ବୁଲୁଥିବା ବେଳେ ଖବରପାଇ ଖଣ୍ଜଗିରିଥାନା ପୁଲିସ ସେମାନଙ୍କୁ ଧରି ଖାନାକୁ ନେଇଆସିଥିଲେ । ଶୁକ୍ରବାର ପୁଲିସ ନାବାଳିକା ଓ ରଜୁର ଡାକ୍ତରୀମାଇନା କରାଇଥିଲେ । ଅନ୍ୟପକ୍ଷରେ ଅପହରଣ ସହ ଦୁଷ୍କର୍ମ ମାମଲା ରେ ପୁଲିସ ରାଜୁକୁ ଗିରଫ କରିଛି ।  ଏଥିରେ ସହଯୋଗ କରିଥିବା ତାଙ୍କ ପତ୍ନୀକୁ  ମଧ୍ୟ ପୁଲିସ ଗିରଫ କରିଛି ।

Tags:

Leave a Reply

Your email address will not be published. Required fields are marked *