latest

ଏ-ବି-ସି-ଡି ପାଇଁ ଅଟକିଲା ଲାଲୁଙ୍କ ସଜା

ଦେବଘର ଚାରା ଘୋଟାଲା ମାମଲାରେ ଦୋଷୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସଜାର ଶୁଣାଣି ଆଜି ପୁଣି ଗୋଟିଏ ଦିନ ଘୁଂଚିଛି । ଲାଲୁଙ୍କ ବିରୋଧରେ ରାଂଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ସଜା ଶୁଣାଇବାକୁ ଥିବା ବେଳେ ଏହାକୁ ପୁଣି ଗୋଟିଏ ଦିନ ଘୁଂଚାଇ ଦେଇଛନ୍ତି । ଏବେ ଏହି ସଜାର ଶୁଣାଣି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ହେବ । କୁହାଯାଉଛି କୋର୍ଟର ଏ-ବି-ସି-ଡିର ନିୟମ ଅନୁସାରେ ଲାଲୁଙ୍କ ଏହି ଶୁଣାଣି ଘୁଂଚିଛି । ଗୁରୁବାର ଦିନ ‘ଏ’ ଅର୍ଥାତ ‘କ’ ନାମ ଧାରୀ ଦୋଷୀଙ୍କ ବିରୋଧରେ କୋର୍ଟ ସଜା ଶୁଣାଇଥାନ୍ତି । ଏହାକୁ ନେଲେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନ୍ୟ ମାମଲାରେ ଚାରି ଜଣ ଦୋଷୀ ହାଜର ହୋଇଥିଲେ ଏବଂ ଏଥିରୁ ଲାଲୁଙ୍କୁ ବଂଚିତ ହେବାକୁ ପଡିଥିଲା । ତେବେ ଏହି ମାମଲାରେ ସଜାର ଶୁଣାଣି ଶିଘ୍ର ଶୁଣାଇବା ପାଇଁ ଲାଲୁଙ୍କ ପକ୍ଷରୁ କୋର୍ଟରେ ଏକ ପିଟିସନ ଆବେଦନ କରାଯାଇଛି । ଗୋଟିଏ ଦିନ ଶୁଣାଣି ଘୁଂଚିଥିବାରୁ ଲାଲୁଙ୍କୁ ପୁଣି କୋର୍ଟ ରୁମରୁ ରାଂଚିର ବିର୍ଶା ମୁଣ୍ଡା ଜେଲକୁ ପଠାଇ ଦିଆଯାଇଛି । ଆସନ୍ତାକାଲି ସେ ଭିଡିଓ କନଫେରନସି ମାଧ୍ୟମରେ କୋର୍ଟରେ ହାଜର ହେବେ । ଗତ ଡିସେମ୍ବର ୨୩ ତାରିଖରେ ସିବିଆଇ କୋର୍ଟ ଦ୍ୱାରା ଏହି ଚାରା ଘୋଟାଲା ମାମଲାରେ ଲାଲୁଙ୍କ ସମେତ ୧୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ।