ସୁନ୍ଦର ତ୍ୱଚା ପାଇଁ ‘ଲେମ୍ବୁ’

ମୋଟାପଣ କମାଇବା ପାଇଁ ଅନେକ ଲେମ୍ବୁ ପାଣି  ପିଇ ଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ଲେମ୍ବୁ ଆପଣଙ୍କ ତ୍ୱଚା ପାଇଁ ଅଧିକ ଉପକାରୀ । ଲେମ୍ବୁ ମୁହଁର କଳା ଦାଗ ହଟେଇବା ସହ ଏଥିରେ ଚମକ ଆଣିଥାଏ । ଘରେ ରହି ଲେମ୍ବୁର ବ୍ୟବହାର କରି ଆପଣ ସୁନ୍ଦର ଦେଖାଯାଇ ପାରିବେ ।

  • ଅନେକ ସମୟରେ ମୁହଁରେ ଭାଙ୍ଗ ପଡିବା ଦେଖାଯାଏ । ସାଧାରଣତଃ ବୟସ ଅଧିକ ହେଲେ ଏହି ଭାଙ୍ଗ ଅଧିକ ମାତ୍ରାରେ ଦେଖାଯାଏ । ଏଥିରୁ ବଂଚିବା ପାଇଁ ଲେମ୍ବୁ ରଶ ସହ ସୋଡାକୁ ମିଶାଇ ମୁହଁରେ ଲଗାନ୍ତୁ । ଏହା ମୁହଁରେ ବ୍ରଣ ଓ କଳାଦାଗ ମଧ୍ୟ ଦୂର କରିବ ।
  • ଲେମ୍ବୁ ରଶ ଓ ମହୁକୁ ମିଶାଇ ୧୫ରୁ ୨୦ ମିନିଟ୍ ମୁହଁରେ ମସାଜ୍ କରନ୍ତୁ । ସପ୍ତାହକୁ ଏହା ତିନରୁ ଚାରି ଦିନ କରନ୍ତୁ । ମୁହଁ ସଫା ଓ ଉଜ୍ଜ୍ୱଳ ଦେଖା ଯିବ ।
  • ଗୋଟେ ଚାମଚ ଲୁଣ, ଲେମ୍ବୁ ଓ ନଡିଆ ତେଲକୁ ମିଶାଇ ଶରୀରରେ ମାଲିସ କରନ୍ତୁ । ସାତ ଦିନ ଏପରି କଲେ ଫରକ ଜାଣିପାରିବେ ।
  • ଫାଳେ କଦଳୀ, ଗୋଟେ ଚାମଚ ମହୁ, ଅଧାଚାମଚ ହଳଦୀ ଗୁଣ୍ଡ ଓ ଗୋଟିଏ ଲେମ୍ବୁ ରସ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହା ଶରୀରେ ଗାଧୋଇବା ସମୟରେ ମାଲିସ କରି ଲଗାନ୍ତୁ । କିଛି ଦିନ ଏପରି କଲା ପରେ ଆପଣଙ୍କ ଶରୀରର କଳାଦାଗ ହଟିବା ସହ ଗୋରା ଦେଖାଯିବ ।
  • ମୁଲତାନ ମାଟି, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ଲେମ୍ବୁ ରଶ ଓ ଗୋଟିଏ ଚାମଚ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ । ସପ୍ତାହକୁ ଏପରି ଦୁଇରୁ ତିନି ଦିନ କରନ୍ତୁ । ତ୍ୱଚା ଉଜ୍ଜ୍ୱଳ ଦେଖାଯିବ ।
  • ଏହାବାଦ୍ ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ । ସେଥିପାଇଁ ଲେମ୍ବୁ ପାଣି ପ୍ରତ୍ୟେକ ଦିନ ପିଅନ୍ତୁ । ଫଳରେ କିଡନିରେ ହୋଇଥିବା ଷ୍ଟୋନକୁ ଏହା ଭଲକରିଥାଏ ।