ମହୁ ଛୋଟ ଶିଶୁଙ୍କ ପାଇଁ କେତେ ନିରାପଦ

ଛୋଟ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଦକ ଶକ୍ତି ଠିକ ଭାବରେ ବୃଦ୍ଧି ପାଇ ନଥିବାରୁ ସେମାନଙ୍କୁ ଥଣ୍ଡା ଓ ଜ୍ୱର ଅତି ସହଜରେ ହୋଇଥାଏ । ଏହାର କାରଣ ଥଣ୍ଡା ଖାଦ୍ୟ ଖାଇବା ଏବଂ ଋତୁ ପରିବର୍ତ୍ତନ ମଧ୍ୟ ହୋଇପାରେ । ତେବେ ଏଥିରୁ ସୁରକ୍ଷା ପାଇଁ ଅଧିକାଂଶ ବାପା ମା ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନିଅନ୍ତି ତ ଆଉ କେତେକ ଘରୋଇ ଉପଚାର କରନ୍ତି । କିଛି ବାପା ମା ଏପରି ଥଣ୍ଡା କାଶ ପାଇଁ ପିଲାଙ୍କୁ ମହୁ ବି ଖାଇବାକୁ ଦିଅନ୍ତି । କିନ୍ତୁ ଛୋଟ ଶିଶୁଙ୍କୁ ମହୁ ଦେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମନା କରିଥାନ୍ତି । କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୋଟ ଶିଶୁଙ୍କୁ ଆୟୁର୍ବେଦ ଏବଂ ଔଷଧୀୟ ଉପଚାର ଭାବି ମହୁ ଖାଇବାକୁ ଦେବା ଠିକ ନୁହେଁ । ଛୁଆଙ୍କୁ ମହୁ ଦେବା ପୂର୍ବରୁ ପ୍ରଥମେ ଏହା ଜାଣିବାକୁ ଚେଷ୍ଟା କରନ୍ତୁ ଯେ ମହୁ ଖାଇଲେ ଛୁଆଙ୍କ ଶରୀରରେ ଆଲର୍ଜି ହେଉଛି କି ନାହିଁ । ବିଶେଷ କରି ୬ମାସର ଶିଶୁକୁ ମହୁ ଖାଇବାକୁ ଦେବା ଉଚିତ ନୁହେଁ ବୋଲି ବିଶେଷଜ୍ଞ ଯୁକ୍ତି ବାଢ଼ୁଛନ୍ତି । ସେମାନଙ୍କ ମତରେ ୯ମାସରୁ ୧ବର୍ଷ ମଧ୍ୟରେ ଶିଶୁଙ୍କୁ ଆପଣ ବେବି ଫୁଡ ଖାଇବାକୁ ଦେବା ଆର୍ଭ କରିପାରିବେ । ଏହା ସହିତ କାଶ ବା ଥଣ୍ଡା ହେଲେ ଆପଣ ମହୁର ବ୍ୟବହାର କରିପାରିବେ । କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଏହାର ମାତ୍ରା ଏବଂ ଗୁଣବତ୍ତା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ବିଶେଷଜ୍ଞଙ୍କ କହିବା ଅନୁସାରେ ୨ବର୍ଷର ଅଧିକ ବୟସର ଶିଶୁଙ୍କ କଫ ସୁଧାରିବା ପାଇଁ ଆପଣ ସେମାନଙ୍କୁ ମହୁ ଖାଇବାକୁ ଦେଇ ପାରିବେ । ମହୁରେ ଥିବା ଚିକ୍କଣ ଅଂଶ ଗଳାକୁ ଯିବା ପରେ ଗଳାର ଶୁଖିଲା ପଣକୁ ଦୂର କରିଥାଏ ।

ଏହା ବ୍ୟତୀତ ମହୁର ଆଣ୍ଟି ଇନଫେକ୍ଟିଭ ଗୁଣ ମଧ୍ୟ ରହିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହୁରେ ଅଧିକ ଗୁଣ ଥିବା ସତ୍ତେ୍ୱ ଏଥିରେ ବ୍ୟାକ୍ଟେରିଆ ବା ଜୀବାଣୁ ମଧ୍ୟ ଥାନ୍ତି । ଏହି ବ୍ୟାକ୍ଟେରିଆ ଅନେକ ସମୟରେ ଫୁଡ ପଏଜନର କାରଣ ମଧ୍ୟ ହୋଇଥାନ୍ତି । ତେବେ ବୟସରେ ବଡ଼ ଲୋକଙ୍କ କ୍ଷେତ୍ରରେ ଏହା ବ୍ୟାକ୍ଟେରିଆର କୌଣସି ପ୍ରଭାବ ପଡ଼ି ନଥାଏ । କାରଣ ବୟସ୍କମାନଙ୍କ ପାଚନ ତନ୍ତ୍ର ଅଧିକ ସୁଦୃଢ଼ ହେବା ଯୋଗୁଁ ଏହି ବ୍ୟାକ୍ଟେରିଆ ସେମାନଙ୍କର କୌଣସି କ୍ଷତି କରି ନଥାଏ । କିନ୍ତୁ ଏହି କାରଣରୁ ଛୋଟ ଛୁଆଙ୍କ ପାଇଁ ମହୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ମହୁର ଅନେକ ଗୁଣ ରହିଥିଲେ ମଧ୍ୟ ୬ମାସର ଶିଶୁଙ୍କୁ କୌଣସି ରୋଗର ଘରୋଇ ଉପଚାର ପାଇଁ ମହୁ ଖାଇବାକୁ ଦିଅନ୍ତୁ ନାହିଁ । ଯଦି ଛୋଟ ଶିଶୁଙ୍କର ଥଣ୍ଡା, କଫ ବା ଜ୍ୱର ଦୀର୍ଘ ଦିନ ଧରି ରହୁଛି, ତେବେ ଏହାର ପ୍ରତିକାର ପାଇଁ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *