latest

ଏହି ବୟସରେ ହୁଅନ୍ତୁନି ମା’

ମା’ ହେବାକୁ କିଏ ବା’ ନ ଚାହେଁ । ମାତୃତ୍ୱ ଜଣେ ନାରୀର ସମ୍ପୂର୍ଣ୍ଣ କରିଥାଏ । ତେବେ ଆଜିକାର ସମୟରେ ଏଭଳି ବି ମହିଳା ଅଛନ୍ତି ଯେଉଁମାନେ ମା’ ତ ହେବାକୁ ଚାହାନ୍ତି ହେଲେ ସେମାନଙ୍କ ମଧ୍ୟରେ ଏକ ଅଜବ ଡର ରହିଥାଏ । ଗାଁମାନଙ୍କରେ ଆଜି ବି କମ ବୟସରେ ଝିଅମାନେ ମା’ ହେଉଛନ୍ତି । ଯେଉଁଠାରେ ସହରର ଝିଅମାନେ ମା’ ହେବାକୁ ଅଧିକ ସମୟ ନେଉଛନ୍ତି । ଏପରିକି ଛୁଆ ଲାଳନପାଳନ ପାଇଁ ଯେପର୍ଯ୍ୟନ୍ତ ସେମାନେ ପ୍ରସ୍ତୁତ ହୋଇ ନଥାନ୍ତି ସେ ପର୍ଯ୍ୟନ୍ତ ମା’ ହେବାକୁ ଚାହିଁନଥାନ୍ତି । ହେଲେ କମ୍ ବୟସ ହେଉ ଅବା ବେଶୀ ବୟସ ମା’ ହେବ ଅନେକ ସମୟରେ କ୍ଷତିକାରକ ହୋଇଥାଏ । ଗବେଷଣାରୁ ଜଣାପଡିଛି ଯେ ମା’ ହେବା ପାଇଁ ସବୁ ନାରୀମାନଙ୍କ ପାଇଁଏକ ପ୍ରକୃଷ୍ଠ ବୟସ ରହିଛି । ଯଦି ଏହି ବୟସକୁ ନାରୀଟି ଅତିକ୍ରମ କରିଯାଇଛି ତାହାଲେ ସେମାନେ ଛୁଆ ପାଇଁ ଆଉ ଅଧିକ ସମୟ ନେବା ଆବଶ୍ୟକ ନୁହେଁ ।

  •  ମା’ ହେବା ପାଇଁ ଜଣେ ମହିଳାଙ୍କୁ କମ୍ ସେ କମ୍ ୨୦ ବର୍ଷ ବୟସ ହୋଇଥିବା ଦରକାର । ଓ୍ୱଲର୍ଡ ହେଲଥ ଅର୍ଗାନାଇଜେସନ (ଡବ୍ଲ୍ୟୁଏଚ୍ଓ) ଅନୁସାରେ ସାରା ବିଶ୍ୱରେ ୧୫ରୁ ୧୯ ବୟସ ମଧ୍ୟରେ ବିବାହିତ ଝିଅମାନେ ମା’ ହେଉଛନ୍ତି । ପରିଣାମ ସ୍ୱରୂପ ପ୍ରସବ ବେଦନାକୁ ସହି ନପାରି ସେମାନଙ୍କର ମୃତ୍ୟୁ ହେଉଛି । ତେଣୁ ୨୦ ବର୍ଷ ବୟସ ପୂର୍ବରୁ ଝିଅମାନେ ମା’ ହେବା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।
  • ଯେଉଁ ମହିଳାମାନଙ୍କ ବାହାଘର ୨୫ ବର୍ଷ ବୟସରେ ହେଉଛି ସେମାନଙ୍କୁ ତୁରନ୍ତ ଶିଶୁ ଜନ୍ମ କରିବା ଦରକାର । କାରଣ ଏହି ବୟସରେ ମହିଳାମାନଙ୍କ ଜୀବକୋଷ ସବୁଠାରୁ ଫ୍ରେସ ଓ ଆକ୍ଟିଭ ଥାନ୍ତି । ଫଳରେ ଏହାର ପ୍ରଭାବ ଶିଶୁର ଭବିଷ୍ୟତ ଉପରେ ପଡିଥାଏ ।
  •  ଅନେକ ଦମ୍ପତି ଶିଶୁକୁ ଜନ୍ମ କରିବା ପାଇଁ ବିବାହ ପରେ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ସେମାନଙ୍କୁ ଲାଗେ ଯେ ୩୦ ବର୍ଷରେ ଶିଶୁ ଜନ୍ମ କଲେ ଏହା ଅଧିକ ଭଲ ହୋଇଥାଏ । କିନ୍ତୁ ୩୦ ବର୍ଷ ବୟସରେ ମହିଳାଙ୍କ ଫର୍ଟିଲିଟି ସ୍ତର କମିଯାଏ । ଯାହାକୁ ନେଇ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କ ପକ୍ଷେ ମା’ ହେବା କ୍ଷମତା ଏକ ଚତୁର୍ଥାଂଶ କମ୍ ହୋଇଯାଏ ।
  •  ସେହିପରି ଅଧିକ ବୟସରେ ପୁରୁଷମାନଙ୍କର ମଧ୍ୟ ବାପା ହେବାର କ୍ଷମତା କମି ଯାଇଥାଏ । ସାଧାରଣତଃ ଯେଉଁ ପୁରୁଷମାନେ ତମାଖୁ କିମ୍ବା ମଦ୍ୟପାନ କରନ୍ତି ସେମାନଙ୍କ ସ୍ପର୍ମର କ୍ୱାଲିଟି ଜଲଦି ଖରାପ ହୋଇଯାଏ ।
  •  ଯଦି ଆପଣଙ୍କ ବିବାହ ୩୦ରୁ ୩୫ ବର୍ଷ ବୟସ ମଧ୍ୟରେ ହେଉଛି ତାହାଲେ ବିନା ଡେରି କରି ଆପଣଙ୍କୁ ଶିଶୁ ଜନ୍ମ କରିବା ଦରକାର । କାରଣ ୩୦ ବର୍ଷ ବୟସ ପରେ ମହିଳାଙ୍କର ଶିଶୁ ଜନ୍ମ କରିବାର କ୍ଷମତା କମିଯାଏ ।
  •  ୩୫ରୁ ୪୦ ବର୍ଷ ବୟସ ମଧ୍ୟରେ ଶିଶୁ ଜନ୍ମ କରିବା ମହିଳାମାନଙ୍କ ପାଇଁ ଅତ୍ୟନ୍ତ ବିପଦଜନକ । ଏହି ବୟସ ମଧ୍ୟରେ ଜନ୍ମ ହେଉଥିବା ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଦେଖାଯାଏ । ସେହିପରି ଏହି ବୟସର ମହିଳାମାନଙ୍କର ଗର୍ଭପାତ ହେବାର ସମ୍ବାବନା ମଧ୍ୟ ଅଧିକ ଥାଏ ।
  •  ସେହିପରି ୪୫ ବର୍ଷ ବୟସରେ ମା’ ହେଉଥିବା ମହିଳାମାନଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଥାଏ । ଏପରିକି ସେମାନଙ୍କର ଜନ୍ମ କଲା ଛୁଆ ମଧ୍ୟ ଅନେକ ରୋଗରେ ପୀଡିତ ହେବାର ସମ୍ବାବନା ଅଧିକ । ସେହିପରି ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନସର ମଧ୍ୟ ହେବାର ସମ୍ବାବନା ରହିଛି ।