latest

ପ୍ରେମ,ଫୋନ୍ ଓ ଭୁଲବୁଝାମଣା

‘ବାପି ଓ ବିଚିତ୍ରା ଦୁହେଁ ଗୋଟିଏ ଗାଁର । ପରଷ୍ପରକୁ ଭଲ ପାଉଥିଲେ । ଭଲ ପାଇବା ଏପରି ଥିଲା ଯେ ଦୁହେଁଦୁହିଁଙ୍କ ବିନା ବଂଚିବା ଶିଖି ନଥିଲେ । ବିଚିତ୍ରା ଭାରୀ ମେଳାପି । ବିଚିତ୍ରା ଘର ପାଖରେ ବିନୁ ବୋଲି ଗୋଟିଏ ପିଲା ରହୁଥିଲା । ବିନୁ ଅତ୍ୟନ୍ତ ଗରିବ ଘର ପିଲାଟି ।‘ ଏହାପରେ କାହାଣୀ ଆଗାକୁ ବଢିଛି । ‘ଦିନେ ପାର୍କରେ ବିଚିତ୍ରା ଓ ବାପି ବସି ଗପୁଥିଲେ । ଏହି ସମୟରପେ ବିନୁର ଗୋଟିଏ ମେସେଜ ବିଚିତ୍ରା ମୋବାଇଲକୁ ଆସିଥିଲା । ବାପି ପଚାରିଥିଲା କାହା ମେସେଜ୍ ଇଏ । ମୁଁ ଦେଖିପାରେ । ବିଚିତ୍ରା ବି  ବିନା ଦ୍ୱିଧାରେ ଫୋନ୍ ବଢାଇ ଦେଲା । ବାସ୍ ବାପି ଦେଖିଲା ବିନୁର ମେସେଜ୍ । ସେହିଠାରୁ ବଦଳି ଗଲା ବିଚିତ୍ରା ଓ ବାପିଙ୍କ ସଂମ୍ପର୍କର ପରିଚୟ ।” ଛଅ ମିନିଟ ୯ ସେକେଣ୍ଡର ‘ବନ୍ଧୁତା ଓ ପ୍ରେମ’ ଗପଟି ଲେଖିଛନ୍ତି ସୁରେଶ ପଣ୍ଡା । ସେହିପରି ଏଥିରେ ସ୍ୱର ଦେଇଛନ୍ତି ହୃଦାନନ୍ଦ ସାହୁ । ଗପଟି ‘ମୋ ଲଭ୍ ମୋ ଲାଇଫ୍’ ୟୁଟୁବ୍ ପେଜରେ ମୁକ୍ତିଲାଭ କରିଛି । ଏଜାବତ୍ ଏହି ଗପଟିକୁ ଏକ ଲକ୍ଷ ୯୨ ହଜାର ଲୋକ ଶୁଣି ସାରିଲେଣି ।