ସର୍ଫିଙ୍ଗ ବେଳେ ହେଡେନ ଗୁରୁତର

ଅଷ୍ଟ୍ରେଲିୟ କ୍ରିକେଟର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ମ୍ୟାଥୁ ହେଡେନ ଗୁରୁତର ଆହତ ହୋଇଛନ୍ତି । ସମୁଦ୍ରରେ ସର୍ଫିଙ୍ଗ କରିବା ବେଳେ ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି । ୪୬ବର୍ଷିୟା ହେଡେନ ଆଜି ତାଙ୍କ ପୁଅ ଜୋଶଙ୍କ ସହ ସର୍ଫିଙ୍ଗ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସେ ଏସମ୍ପର୍କରେ ତାଙ୍କ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରି ସମର୍ଥକଙ୍କୁ ତାଙ୍କ ପାଇଁ ଚିନ୍ତା ଜାହିର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ କେବେ ଡିସଚାର୍ଜ ହେବେ ସେ ସମୟକୁ ଅପେକ୍ଷା କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଅଷ୍ଟ୍ରେଲିଆ କ୍ରିକେଟ ହଲ ଅଫ ଫେମରେ ହେଡେନ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *