latest

ଅସହ୍ୟ ହେଲା ଟୋକାଙ୍କ କମେଂଟ ମରା, ଦେହରେ ନିଆଁ ଲଗାଇ ଦେଲେ ଛାତ୍ରୀ

ଉତରପ୍ରଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ଧରୁନାହିଁ । ମେରଠ୍ ଜିଲ୍ଲାର ଭାବନାପୁର ଅଂଚଳର ଜଣେ ୧୪ ବର୍ଷର ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଟ୍ୟୁସନ ଯିବା ସମୟରେ ବାଟରେ ବାରମ୍ବାର କିଛି ଟୋକାଙ୍କ କମେଂଟ ଓ ଅସଦାଚରଣର ଶିକାର ହେବା ପରେ ଛାତ୍ରୀ ଜଣଙ୍କ ଏହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକ କହିଛନ୍ତି । ଘଟଣା ପରଠାରୁ ଛାତ୍ରୀ ଜଣଙ୍କୁ  ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଶରୀରର ପ୍ରାୟ ୮୦ ଶତକଡା ପୋଡି ଯାଇଥିବା ଡାକ୍ତର କହିଛନ୍ତି । ତେବେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଛାତ୍ରୀ ଜଣଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଭାବନାପୁର ପୋଲିସ କହିଛି । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଟ୍ୟୁସନ ପଢିବାକୁ ଯାଉଥିବା ବେଳେ ଗଁବଡିରେ ରହୁଥିବା ଶୋଭିତ, ଅଙ୍କିତ, ମୋହିତ ଓ ରବି ନାମକ ଚାରିଜଣ ଯୁବକ ଅନେକ ସମୟରେ ତାଙ୍କ ଝିଅକୁ କମେଂଟ ମାରନ୍ତି । ଏପରିକି ବେଳେବେଳେ ଅସଦାଚରଣ ମଧ୍ୟ କରନ୍ତି । ଯେଉଁଥିରେ ଅତିଷ୍ଟ ହୋଇ ଛାତ୍ରୀ ଜଣଙ୍କ ଟ୍ୟୁସନ ବନ୍ଦ କରିଦେଇଥିଲେ । ହେଲେ ଉକ୍ତ ଚାରି ଜଣ ଯୁବକ ସେମାନଙ୍କର ଏହି ହରକତ ବନ୍ଦ କରିନଥିଲେ । ଖୋଜିଖୋଜି ସେମାନେ ତାଙ୍କ ଗାଁ ପର୍ଯ୍ୟନ୍ତ ଚାଲି ଆସିଥିଲେ । ପୁଣି ତାଙ୍କର କାରନାମା ଆରମ୍ବ କଲେ । ଏଥିରେ ଅତିଷ୍ଟ ହୋଇ ଛାତ୍ରୀ ଜଣଙ୍କ ତାଙ୍କ ଦେହରେ ନିଆଁ ଲଗାଇ ଦେଲେ । ଝିଅ ଉପରେ ହୋଇଥିବା ଏହି ଭଳି ବ୍ୟବହାର ଓ ଏଥିରେ ଝିଅର ଆତ୍ମହତ୍ୟାରେ ପରିବାର ଲୋକେ ଭୟଭୀତ ହୋଇଯାଇଥିବା ସେଠାକାର ପୁଲିସ ଅଧିକ୍ଷକ (ଗ୍ରାମୀଣ) ରାଜେଶ କୁମାର ଗଣମାଧ୍ୟମକୁ କହିଛନ୍ତି । ସେହିପରି ପରିବାର ଲୋକେ ଉପୋରକ୍ତ ଚାରି ଜଣ ଯୁବକଙ୍କ ନାଁରେ ଅଭିଯୋଗ କରିଥିବା ସେ କହିଛନ୍ତି ।