ସରକାରୀ ଡାକ୍ତର ବାବୁ : ଚାକିରି ବାହାରିଛି ୨୧୭୩

ସରକାରୀ ଚାକିରି ଖଣ୍ଡେ କିଏ ବା ନ’ ଚାହେଁ । ବର୍ତମାନ ପ୍ରତିଯୋଗୀତା ବଜାରରେ ସରକାରୀ ଚାକିରି ପାଇଁ ଯୁବ ପିଢିମାନେ ନାହିଁନଥିବା ସଙ୍ଘର୍ଷ କରିବାକୁ ପଡୁଛି । ତେବେ ନୂଆ ବର୍ଷରେ ଡାକ୍ତରୀ ପଢିଥିବା ଛାତ୍ରମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ଓଡିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ମାଧ୍ୟମରେ ଗ୍ରୁପ-ଏ (ଜୁନିଅର୍ ବ୍ରାଂଚ), ମେଡିକାଲ ଅଫିସର (ଆସିଷ୍ଟାଂଟ ସର୍ଜନ)ରେ ନିଯୁକ୍ତି ପାଇଁ ପଦବୀ ବାହାରିଛି । ୨ହଜାର ୧ଶହ ୭୩ଟି ପଦ ଓପିଏସସି ମାଧ୍ୟମରେ ବାହାରିଛି । ଆବେଦନର ଶେଷ ତାରିଖ ଚଳିତ ମାସ ଅର୍ଥାତ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ରହିଛି ।

– ଓପିଏସସିର ଏହି ନିଯୁକ୍ତ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ www.opsc.gov.in ଓ୍ୱେବସାଇଟରେ  ଯାଇ ଦେଖି ପାରିବେ ।

– ବାହାରି ଥିବା ନିଯୁକ୍ତି ପଦ ପାଇଁ ଜଣେ ପାର୍ଥିଙ୍କର ଯୋଗ୍ୟତା ଏମବିବିଏସ୍ ହୋଇଥିବା ଦରକାର । କିମ୍ବା ଭାରତର କୌଣସି ମାନ୍ୟତା ପ୍ରାପ୍ତ କଲେଜରେ ଏମବିବିଏସରେ ଡିଗ୍ରି ହାସଲ କରିଥିବା ଆବଶ୍ୟକ ।

– ଏହି ପଦ ପାଇଁ ଆବେଦନ କରିବାକୁ ଥିବା ପାର୍ଥିଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବ ।

– ପାର୍ଥିମାନଙ୍କ ଚୟନ ଲିଖିତ ପରୀକ୍ଷା ଓ କ୍ୟାରିଅର୍ ମାର୍କ ଅନୁସାରେ କରାଯିବ ।

– ଏହି ପଦରେ ନିଯୁକ୍ତ ପାର୍ଥିମାନଙ୍କ ଦରମା ୧୫ହଜାର ୬୦୦ରୁ ୩୯ହଜାର ୧୦୦ ରହିଛି । ଏଥିସହ ୫୪୦୦ର ଗ୍ରେଡ ପେ ସହିତ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ରହିଛି ।