ସଂସଦରେ ପୋଲାଭରମ ତାତି, ବିଜେଡି ସାଂସଦଙ୍କ ହୋହଲ୍ଲା

ଭୁବନେଶ୍ୱର – ଆଜି ସଂସଦରେ ବିବାଦୀୟ ପୋଲାଭରମକୁ ନେଇ ବିଜେଡି ସାଂସଦମାନେ ହୋହହଲ୍ଲା କରିଛନ୍ତି । ଇନ୍ଦିରାସାଗର ବହୁମୁଖି ଜଳସେଚନ ପ୍ରକଳ୍ପ ନେଇ ଓଡିଶାର ଦାବି ଗୁଡିକୁ ଅଣଦେଖା କରାଯାଉଥିବା ବେଳେ ୟୁଦ୍ଧକାଳୀନ ଭିତ୍ତିରେ ଏହାକୁ ଶେଷ କରାଯାଉଥିବା ବିଜେଡି ସାଂସଦମାନେ ସଂସଦରେ ଅଭିଯୋଗ କରିଥିଲେ । ଏପରିକି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଲୋକସଭାରେ ବିଜେଡି ମୁଲତବି ପ୍ରସ୍ତାବ ଆଣିଥିବା ବେଳେ ବାଚସ୍ପତ୍ତି ସୁମିତ୍ରା ମହାଜନ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ସଂସଦରେ ଆଜି ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିଜେଡି ସାଂସଦମାନେ ନିଜ ଆସନରେ ଠିଆ ହୋଇ ଓଡିଶାର ଦାବି ଗୁଡିକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ । ଏହାକୁ ତେଲଗୁ ଦେଶମ ପାର୍ଟି ସମର୍ଥନ କରିଥିଲା । ତେବେ ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ଉପସ୍ଥାପନ କରିବା ପାଇଁ ବାରସ୍ପତ୍ତି ଅନୁମତି ଦେଇଥିଲେ । ସେହିପିରି ଶୂନ୍ୟକାଳରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାୱ ପୋଲାଭରମ ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ଥିବା ବେଳେ ଏହି ପ୍ରକଳ୍ପକୁ ଯଥାଶିଘ୍ର ସାରିବା ପାଇଁ ଯୋରସୋରରେ ଉଦ୍ୟମ ଚାଲିଛି । ଯାହା ନିୟମ ବିରୋଧି ।

Leave a Reply

Your email address will not be published. Required fields are marked *