latest

୧୨ହଜାର ଟଙ୍କାର ଦ୍ୱୀପ : ହନିମୁନ ପାଇଁ ସବୁଠାରୁ ସୁନ୍ଦର ଓ ଶସ୍ତା

ବିବାହ ପରେ ଅନେକ ଲୋକ ନିଜ ପାର୍ଟନରଙ୍କ ସହ ଏକୁଟିଆ ସମୟ କାଟିବାକୁ ଚାହାନ୍ତି । କ୍ରମଶଃ ଏହା ଏକ ପରମ୍ପରା ମଧ୍ୟ ହୋଇ ଗଲାଣି । ଆରେଞ୍ଜ ମ୍ୟାରେଜ୍ ହେଉ ଅବା ଲଭ୍ ମ୍ୟାରେଜ୍ ସମସ୍ତେ ହନିମୁନର ପ୍ଲାନିଂ କରନ୍ତି । ଏଥିପାଇଁ ପ୍ରଥମେ ଖୋଜା ସୁନ୍ଦର ସ୍ଥାନ । ହେଲେ ଏହି ସୁନ୍ଦର ସ୍ଥାନ ଅଧିକାଂଶ ସମୟରେ ମହଙ୍ଗା ସାବ୍ୟସ୍ତ ହୁଏ । ତେବେ ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏପରି ଏକ ଦ୍ୱୀପ ରହିଛି ଯାହା ଆପଣଙ୍କୁ ପ୍ରାକୃତିକ ଭାବରେ ଅନେକ ଆନନ୍ଦ ଦେବ । ଏହାର ପ୍ରକୃତିରେ ରୋମାଟଂକ ଭରି ରହିଛି । କେରଳର ଭିନିସ୍ ଫାର୍ମ (Vini’s Farm) ଏହି ସୁବିଧା ପ୍ରଦାନ କରୁଛି । ଏହି ଆଇଲ୍ୟାଣ୍ଡ ଆପଣଙ୍କୁ ୧୨ ହଜାର ଟଙ୍କାରେ ଗୋଟିଏ ରାତି ଓ ଦୁଇ ଦିନ ପାଇଁ ମିଳିବ । ଏହି ଆଇଲ୍ୟାଣ୍ଡ ବା ଦ୍ୱୀପ ପଛରେ ଏକ ରୋଚକ କାହାଣୀ ରହିଛି । ଏହାର ମାଲିକ ଆରାମ୍ ପୋଲ ଏହି ଦ୍ୱୀପଟିକୁ ତାଙ୍କ ପତ୍ନୀ ବିନିତାଙ୍କ ଜନ୍ମ ଦିନ ପାଇଁ ନିର୍ମାଣ କରିଥିଲେ । ଏଥିସହ ତାଙ୍କୁ ଏହି ଦ୍ୱୀପକୁ ଉପହାର ସ୍ୱରୂପ ମଧ୍ୟ ଦେଇଥିଲେ । ଏହି ଦ୍ୱୀପ ତିଆରି କରିବା ପାଇଁ ଆରାମଙ୍କୁ ତାଙ୍କ ବାପା ସାହାର୍ଯ୍ୟ କରିଥିଲେ । ଯିଏ ନିଜେ ଆଏଫଏସ୍ (ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍)ରେ ଚାକିରି କରିଛନ୍ତି । ଏହି ଦ୍ୱୀପରେ ଆପଣ ନିଜେ ମାଛ ଧରିପାରିବେ । ଏଠାରେ ସମୁଦ୍ର ମାଛ ମଧ୍ୟ ମିଳନ୍ତି । ଏହାର ମଜା ଆପଣ ଉଠାଇ ପାରିବେ । ଏଥିସହ ଏହାର ସମସ୍ତ ରୁମ୍ କାଠରେ ତିଆରି ହୋଇଛି । ସମସ୍ତ ପ୍ରକାର ମାନସିକ ଚାପକୁ ବାହାରେ ଛାଡି ଏହି ଦ୍ୱୀପରେ ଆପଣ ଆପଣଙ୍କ ପାର୍ଟନ ସହ ରହିପାରିବେ ।  ଏହି ଦ୍ୱୀପଟି କେରଳର କୋଲ୍ଲମ ସହର ଠାରୁ ୨୫କିଲୋମିଟର ଦୂରରେ ଅବସ୍ଥିତ ।