ରୋଗରେ ପୀଡିତ ଶ୍ରଦ୍ଧା କପୁର, ଅଧାରୁ ବନ୍ଦହେଲା ସୁଟିଂ

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଡେଙ୍ଗୁ ରୋଗ ହୋଇଛି । ସେ କରୁଥିବା ଫିଲ୍ମ ଅଧାରୁ ବନ୍ଦ ହୋଇଛି । ଶ୍ରଦ୍ଧା  ଏବେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକର ସୁଟିଂ କରୁଛନ୍ତି । ତେବେ ଇତି ମଧ୍ୟରେ ଶ୍ରଦ୍ଧା କପୁରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଶ୍ରଦ୍ଧା କପୁରଙ୍କୁ ଡେଙ୍ଗୁ ହୋଇଯାଇଛି । ଏହା ଫଳରେ ଏବେ ସୁଟିଂକୁ ବନ୍ଦ କରିବାକୁ ପଡିଛି । କିଛି ଦିନ ହେବ ଶ୍ରଦ୍ଧା କପୁରଙ୍କ ସ୍ୱାସ୍ଥ ଭଲ ନଥିଲା ।

 

ଚେକଅପ ପରେ ତାଙ୍କୁ ଡେଙ୍ଗୁ ହୋଇଛି ବୋଲି ଜଣାପଡିଥିଲା । ସ୍ୱାସ୍ଥ୍ୟ ଭଲ ହେବା ପରେ ସେ ସୁଟିଂ ପୁଣିଥରେ ଆରମ୍ଭ କରିବେ । ଏହି ସମୟ ମଧ୍ୟରେ ନିର୍ଦ୍ଦେଶକ ସାଇନାଙ୍କ ପିଲାଦିନର ଦୃଶ୍ୟକୁ ସୁଟ କରିବେ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟରେ ସୁଧାର ହେଉଥିବା ନେଇ ନିକଟରେ ଶ୍ରଦ୍ଧା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଅମୋଲ ଗୁପ୍ତେ । ଶ୍ରଦ୍ଧା ସାଇନାଙ୍କ ରୋଲରେ ନିଜକୁ ଫିଟ କରିବା ପାଇଁ ଖୁବ ପରିଶ୍ରମ ମଧ୍ୟ କରିଛନ୍ତି ।ଶ୍ରଦ୍ଧାଙ୍କ ଅନ୍ୟ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କର ଦୁଇଟି ଫିଲ୍ମ ‘ସ୍ତ୍ରୀ’ ଏବଂ ‘ବତ୍ତି ଗୁଲ ମିଟର ଚାଲୁ’ ବକ୍ସ ଅଫିସରେ ରିଲିଜ ହୋଇଛି ।

Leave a Reply

Your email address will not be published. Required fields are marked *