ପୂଜାରେ ପାରମ୍ପରିକ ପୋଷାକ ସହ କେମିତି ନେବେ ମେକଅପ

ପର୍ବପର୍ବାଣିରେ ସାଧାରଣତଃ ଝିଅ ବୋହୂମାନେ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି । ହେଲେ, ଏଭଳି ନିଆରା ଅବସରରେ କେବଳ ଟ୍ରାଡିସନାଲ ଆଉଟଫିଟ ପିନ୍ଧି ଦେଲେ ହେବ ନାହିଁ । ବରଂ ପରଫେକ୍ଟ ଲୁକ ପାଇଁ ଆପଣଙ୍କ ପାଇଁ ମେକଅପ ମଧ୍ୟ ଜରୁରୀ । ଆଜି ଆମେ ଆପଣଙ୍କୁ ଜଣାଇବୁ, ପାରମ୍ପରିକ ପୋଷାକେରେ କିଭଳି ମେକଅପ ନେବା ଆବଶ୍ୟକ ।


ଭାଗି ଗହଣା ସହିତ ହାଲକା ମେକଅପ ନିଅନ୍ତୁ
ଆଉଟଫିଟ ସହ କେବଳ ଜୁଏଲାରୀ ନୁହେଁ, ମେକଅପ ମ୍ୟାଚ କରିବା ଜରୁରୀ । ଯଦି ଆପଣ ଭାରି ଗହଣା ପିନ୍ଧୁଛନ୍ତି ତେବେ ମୁହଁରେ ଗାଢ଼ ମେକଅପ ଛାଡ଼ି ହାଲକା ମେକଅପ ହିଁ ନିଅନ୍ତୁ । ହଁ, ମନେରଖନ୍ତୁ ଗୋଲ୍ଡ ଜୁଏଲାରୀ ସହ କେବେ ବି ଗ୍ଲିଟର ମେକଅପ ନେବେ ନାହିଁ ।


ମେକଅପରେ ସବୁଠୁ ଜରୁରି କାଜଲ
ମେକଅପରେ ‘ଆଇ ମେକଅପ’ ସବୁଠୁ ଜରୁରୀ । ଦିନରେ ହେଉ ବା ରାତି, ପଙ୍କସନର ଟାଇମିଂ ଅନୁସାରେ ହିଁ ଆଇ ମେକଅପ କରିବା ଉଚିତ । ରାତିବେଳା ଫଙ୍କସନ ପାଇଁ ସ୍ମୋକି ଆଇଜର ମେକଅପ ସବୁଠୁ ଆକର୍ଷଣୀୟ । ସେହିପରି ଦିନ ପାଇଁ ହାଲକା ଆଇ ମେକଅପ କରିବା ଭଲ । ମନେରଖନ୍ତୁ, କାଜଲ ସହ ଆଇଲାଇନର ଲଗାଇବାକୁ ଯେପରି ନ ଭୁଲନ୍ତି ।


ମସ୍କାରା ଲଗାଇ ଫିନିସିଙ୍ଗ ଟଚ ଦିଅନ୍ତୁ
ଆଇ ମେକଅପକୁ ଭଲ ଫିନିସିଙ୍ଗ ଦେଇଥାଏ ମସ୍କାରା । ଏହାଦ୍ୱାରା ଆଖିର ପଲକ ଘନ କଳା ଦେଖାଯାଏ । ଏହାସହ ଆଖିର ସୁନ୍ଦରତା ଆହୁରି ବଢ଼ିଯାଏ ।


ଲିପଷ୍ଟିକ ଲଗାଇ ମେକଅପର ଚାର ଚାନ୍ଦ ଲଗାନ୍ତୁ
ପର୍ବପର୍ବାଣୀରେ ସୁନ୍ଦର ଦେଖାଯିବା ପାଇଁ ଡାର୍କ ଓ ବ୍ରାଇଟ ସେଡର ଅଲଗା ଅଲଗା ଲିପଷ୍ଟିକ ଲଗାନ୍ତୁ । ରେଡ, ଫୁସିଆ, ଅରେଞ୍ଜ ଓ ବରଗଣ୍ଡି ପରି କଲର ସବୁ ପ୍ରକାରର ସ୍କିନ ଟୋନକୁ ସୁଟ କରେ । ଏଥିସହ ଏସବୁ ସେଡର ଲିପଷ୍ଟିକ ଗୋଲ୍ଡେନ ହେଉ ବା ସିଲଭର, ସବୁପ୍ରକାର ଆଉଟଫିଟ ସହ ସହଜରେ ମ୍ୟାଚ ହୋଇଯାଏ ।

Leave a Reply

Your email address will not be published. Required fields are marked *