latest

ବିଲ ମଝିରେ ଶିକ୍ଷୟିତ୍ରୀଙ୍କୁ ବିଭତ୍ସ ହତ୍ୟା

ଖୋର୍ଦ୍ଧା – ନିରାକାରପୁର ଥାନା ବଡ଼ପୋଖରିଆ ନିକଟରେ ଥିଵା ଏକ ବିଲ ମଝିରେ ଗୁରୁବାର ଅପରାହ୍ନ ସମୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ନୂଆଗଡ଼ ପଞ୍ଚାୟତ ଉଗ୍ରତାରା ମାଇନର ସ୍କୁଲରେ ଶିକ୍ଷୟିତ୍ରୀ ଥିବା ଅଞ୍ଜଳି ଦେହୁରି ଦୁର୍ବୃତ୍ତମାନଙ୍କ ଶିକାର ହୋଇଛନ୍ତି । ତାଙ୍କ ମୁହଁ, ଆଖି, ମୁଣ୍ଡ ଓ ବେକକୁ ହତ୍ୟାକାରୀମାନେ ପିଟିପିଟି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଖବର ପାଇ ବାଲୁଗାଁ ଏସ.ଡି.ପି.ଓ. ସୁବାସ ଚନ୍ଦ୍ର ପଣ୍ଡା, ଟାଙ୍ଗୀ ଥାନାଧିକାରୀ ରଶ୍ମୀରଂଜନ ସାହୁ ଘଟଣାସ୍ଥଳରେ ପହଂଚିବା ସହ ତଦନ୍ତ ଆରମ୍ବ କରିଛନ୍ତି । ହତ୍ୟାକାଣ୍ଡର କାରଣ ଏଜାଵତ୍ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଶିକ୍ଷୟତ୍ରୀ ଜଣଙ୍କ ବଡ଼ପୋଖରିଆ ସଅରସାହିରେ ଭଡ଼ାଘରେ ରୁହୁଥିଵା ଜଣାପଡିଛି । ସ୍କୁଲ ସାରି ତାଙ୍କ ଘରକୁ ଯାଉଥିବାବେଳେ ଇନ୍ଦିରାବନ୍ଧ କେନାଲଠାରୁ ଅଧକିଲୋମିଟର ଦୂର ଗହୀର ମଝିରେ ତାଙ୍କୁ ହତ୍ୟା କରାଯାଇଛି । ସେ ସ୍କୁଲରେ ଆର୍ଟ ଶିକ୍ଷୟିତ୍ରୀ ଥିଲେ । ତାଙ୍କ ନିଜ ଘର ବେଗୁନିଆ କଣ୍ଟାବାଡ଼ ବୋଲି ସୂଚନା ମିଳିଛି ।