latest

ଶୀତରେ ଥରୁଛି ଅଧା ଦେଶ ହେଲେ ଏଠି ଚାଲିଛି ବରଫ ଉପରେ ହକି ଖେଳ

ଗୋଟିଏ ପଟେ ଦେଶର ଅଧା ରାଜ୍ୟରେ ଏବେ ବି ଶୀତ ଲହରୀ ଜାରି ରହିଛି ହେଲେ ଆଉ ଗୋଟିଏପଟରେ ବରଫ ଉପରେ ଚାଲିଛି ହକି ଖେଳ । ଲଦାଖରେ ଏବେ ତାପମାତ୍ରା ଶୂନରୁ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରା ରହିଛି । ହେଲେ ସେହି ଅଂଚଳର ଯୁବ ପିଢିମାନେ ବରଫରେ ହକି ଖେଳୁଛନ୍ତି । ଲଦାଖରେ ୨୦ ବର୍ଷରୁ କମ୍ ଯୁବ ପିଢିମାନଙ୍କୁ ନେଇ ଆଇସ୍ ହକି ଟୁର୍ଣ୍ଣାମେଂଟ୍ ଅନୁଷ୍ଠିତ ହୋଇଛି । ଏହି ଖେଳ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଂଟର ଆୟୋଜନ ଭାରତ-ଦିବତ୍ ସୀମା ପୁଲିସର ୩୭ତମ ବାହିନୀ ଓ ୨୪ତମ ବାହିନୀ ମିଳିତ ଭାବେ ଆୟୋଜନ କରିଛନ୍ତି । ଏହି ମ୍ୟାଚ ପାଇଁ ସ୍ଥାନୀୟ ଯୁବକଙ୍କୁ ନେଇ ଏକ ଆଠ ଜଣିଆ ଦଳରେ ବିଭକ୍ତ କରାଯାଇଛି । ଏଥିରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ବିଦେଶରେ ତାଲିମ ପାଇଁ ପଠାଯିବ । ପ୍ରଥମ ଥର ପାଇଁ ଏହିଭଳି ଆୟୋଜନ ଗୃହମନ୍ତ୍ରଳାୟ ସୈାଜନ୍ୟରୁ ଏଠାରେ କରାଯାଇଛି । ସ୍ଥାନୀୟ ଅଂଚଳରେ ଯୁବକଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହିଭଳି ପଦକ୍ଷେପ ନିଆଯାଇଥିବା ପୁଲିସ ଅଧିକାରୀ କହିଛନ୍ତି । ସେହିପରି ଏଥିସହ ମଧ୍ୟ ହକିକୁ ଲୋକପ୍ରିୟ କରାଇବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ସେମାନେ କହିଛନ୍ତି ।