ସେଲ୍ଫି ନେଲା ସମୟରେ କିପରି ଦେଖାଯିବେ ସୁନ୍ଦର

ସେଲ୍ଫିର କ୍ରେଜ ଏବେ ବଲିଉଡ ଠାରୁ ନେଇ ହଲିଉଡ ପର୍ଯ୍ୟନ୍ତ । କଲେଜ ଯାଉଥିବା ଝିଅଙ୍କ ଠାରୁ ଆରମ୍ବ କରି ଅଫିସ ଯାଉଥିବା ପ୍ରଫେସନାଲ ପର୍ଯ୍ୟନ୍ତ ସବୁଠାରେ ସେଲଫିକୁ ନେଇ ଝିଅମାନଙ୍କ ପାଖରେ ନାହିଁ ନଥିବା ଦୁର୍ବଳତା ଦେଖିବାକୁ ମିଳିଛି । ଅନେକ ସମୟରେ ସେଲ୍ଫିଟି ଏତେ ଭଲ ଦେଖାଯାଏ ଯେ ଏହାକୁ ନେଇ ପରବର୍ତି ସମୟରେ ଝିଅମାନେ ଅନେକ ସେଲ୍ଫି ଉଠାନ୍ତି । ହେଲେ ସବୁ ସେଲଫି ଭଲ ଆସିନଥାଏ । ସେଲ୍ଫି ଉଠାଇବା ସମୟରେ ସମସ୍ତେ ନିଜ ଲୁକ୍ସକୁ ଗୁରୁତ୍ୱ ଦେଇ ଥାନ୍ତି । ଏହି କାରଣରୁ ସେଲ୍ଫି ନେବା ସମୟରେ ଯଦି ଏହି ଲୁକ୍ସ୍ ଉପରେ ହାଲକା ଭାବରେ କିଛି କାମ କରିବେ ତାହାଲେ ଆପଣଙ୍କ ସେଲ୍ଫି ସବୁଠାରୁ ଓ ସବୁ ସମୟରେ ଭଲ ଆସିବ ।

  • କେଉଁ ସ୍ଥାନରେ ଆପଣ ସେଲଫି ନେଉଛନ୍ତି ତାକୁ ପ୍ରଥମେ ଧ୍ୟାନରେ ରଖନ୍ତୁ । ଯଦି ଆପଣ କଲେଜରେ ସେଲ୍ଫି ନେଉଛନ୍ତି ତାହାଲେ ଆପଣଙ୍କ ତ୍ୱଚା ଅନୁସାରେ ମେକଅପ୍ ନିଅନ୍ତୁ ।
  •  ଯଦି ଆପଣ ପ୍ରାକୃତିକ ଲାଇଟରେ ସେଲ୍ଫି ନେଉଛନ୍ତି ଅର୍ଥାତ ଖରାରେ କିମ୍ବା ରାତିର ଚନ୍ଦ୍ର ଆଲୋକରେ ତାହାଲେ ମେକଅପକୁ ହାଲକା ରଖନ୍ତୁ । ଆଖିରେ କାଜଲ ଓ ଚେହେରାକୁ ଖାପ ଖାଉଥିବା ଭଳି ଫାଉଣ୍ଡେସନ ବ୍ୟବହାର କରନ୍ତୁ । ଯଦି ଚାହିଁବେ ହାଲକା ପିଙ୍କ୍ ବ୍ଲସର ମଧ୍ୟ ନେଇପାରିବେ ।
  •  ଆପଣଙ୍କ ଆଇବ୍ରୋ ଲୁକକୁ ନୂଆ ଲୁକ୍ ଦେଇଥାଏ । ସେଥିପାଇଁ ଡାର୍କ ଆଇବ୍ରୋ ପାଇଁ ପେନସିଲର ବ୍ୟବହାର କରନ୍ତୁ ।
  • ସେଲ୍ଫି ନେବା ସମୟରେ ଓଠର ମଧ୍ୟ ଧ୍ୟାନ ରଖିବାକୁ ପଡେ । ଲାଇଟ ମେକଅପରେ ଓଠରେ ହାଲକା ବୋଲ୍ଡ ଲିପଷ୍ଟିକ୍ ଲଗାନ୍ତୁ । ବେଶି ମେକଅପ୍ ନେଇଥିଲେ ଏହାକୁ ଖାପ ଖାଉଥିବା ଭଳି ହାଲକା ଲିପଷ୍ଟିକ ଲଗାନ୍ତୁ ।