latest

ଏହି ଭିକାରୀଙ୍କ ରୋଜକାର ୪ ଲକ୍ଷ ଟଙ୍କା, ଅଛନ୍ତି ୩ ସ୍ତ୍ରୀ

ରାସ୍ତାରେ ହେଉ ଅବା ମନ୍ଦିରରେ ଅନେକ ସମୟରେ କେହି ଜଣେ ଭିକାରୀଙ୍କୁ ଦେଖିଲେ ଆମ ମନରେ ଦୟା ଭାବ ଆସେ । ଏପରିକି ପାଖରେ ଟଙ୍କା ନଥିଲେ ମଧ୍ୟ ସେମାନଙ୍କୁ ଖାଇବାକୁ ଦେଉ । ଜଣେ ଜଣେ ଭିକାରୀ ଏଭଳି ବି ଅଛନ୍ତି ଯେଉଁମାନଙ୍କର ବେଶ ପୋଷାକ ଠିକ ଥିବ ହେଲେ ସେମାନେ ଏପରି ଆପଣଙ୍କୁ ହାତପତେଇ ମାଗିବେ ଯେ ଆପଣ ନଚାହିଁକି ମଧ୍ୟ ସେମାନଙ୍କୁ କିଛି ଖୁରୁଚା ଟଙ୍କା ବଢେଇ ଦେବେ । ହେଲେ ଏଭଳି ଜଣେ ଭୀକାରିଙ୍କ ବିଶୟରେ ଏବେ ଆପଣ ଜାଣିବେ ଯାହାକୁ ନେଇ ଆପଣଙ୍କ ମନରେ ଇର୍ଷା ଭାବ ଆସିବ । ଝାରଖଣ୍ଡର ୪୦ ବର୍ଷୀୟ ଛୋଟୁ ବରଇ । ଶାରୀରିକ ସ୍ତରରେ ସେ ଦିବ୍ୟାଙ୍ଗ ହେଲେ ଆର୍ଥିକସ୍ତରରେ ସେ ବେସ୍ ମଜଭୁତ । ଗୋଟିଏ ବର୍ଷ ସେ ଭିକ ମାଗନ୍ତି ତ ଏକାଥରକେ ଚାରି ଲକ୍ଷ ଟଙ୍କା ରୋଜଗାର କରନ୍ତି । ନା ଏହି ଚାରି ଲକ୍ଷର ଟିକସ ପଡେ ନା କିଛି ପିଏଫ କଟେ । ଏହାକୁ ହିସାବକୁ ନେଲେ ମାସିକ  ଛୋଟୁର ରୋଜଗାର ୩୦ ହଜାର ଟଙ୍କା । ଛୋଟୁ ବିଶୟରେ ତଥ୍ୟ ଏତିକିରେ ଶେଷ ହୋଇ ନାହିଁ । ଛୋଟରୁ ଏକ କାର୍ଯ୍ୟାଳୟ ଚକ୍ରଧରପୁର ରେଲଓ୍ୱେ ଷ୍ଟେସନ ପାଖରେ ରହିଛି । ତେବେ ହୁଏତ ଛୋଟୁ ଠାରୁ ଆପଣଙ୍କ ଦରମା ଅଧିକ ହୋଇଥିବ । ହେଲେ ଛୋଟୁର ଜୀବନଶୈଳୀ ଆପଣଙ୍କୁ ତାର ଆଖପାଖରେ ବି ସାମିଲ କରିବନି । ଛୋଟୁର ତିନୋଟି ସ୍ତ୍ରୀ ଅଛନ୍ତି । ସମସ୍ତ ପତ୍ନୀଙ୍କୁ ସେ ଏହି ଭିକି ମାଗିବା କାମରେ ନିୟୋଜିତ କରିଦେଇଛି । ସମସ୍ତେ ସକାଳ ହେଲେ ଭିକ ମାଗିବାକୁ ଯାଆନ୍ତି । ଯାହା ରୋଜଗାର ହେଲା ସେମାନେ ଛୋଟୁକୁ ଦିଅନ୍ତି । ଛୋଟୁ ଏହି ଟଙ୍କା ରଖି ମାସ ଶେଷରେ ତିନି ଜଣ ପତ୍ନୀଙ୍କୁ ସମାନ କରି ଦରମା ଦିଏ ।  ଛୋଟୁ ଏହି କାମକୁ ନେଇ କହିଛି ଯେ, ଆଗରୁ ଟଙ୍କା ରୋଜଗାର କରିବା ପାଇଁ ଅନେକ ପରିଶ୍ରମ କଲି । ହେଲେ ସେ ଯେଉଁ ଗରିବକୁ ସେହି ଗରିବ ହୋଇ ରହିଗଲେ । ତାପରେ ସେ ଭିକ ମାଗିବା ଆରମ୍ବ କରିଦେଲେ । ଏହାପରେ ସେ ଏବେ ଦିନକୁ ଏକ ହଜାର ଟଙ୍କାରୁ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । କେବଳ ସେତିକି ନୁହେଁ ଏକ ଘରୋଇ କମ୍ପାନୀର ପ୍ରଡକ୍ଟ ମଧ୍ୟ ଛୋଟୁ ଏହି ଭିକ ମାଗିବା ସମୟରେ ବିକ୍ରି କରୁଛନ୍ତି । ଏପରିକି ସେହି କମ୍ପାନୀର ସଦସ୍ୟ ମଧ୍ୟ ସେ ଲୋକଙ୍କୁ ନିବେଦନ କରି ବନାଉଛନ୍ତି । ଏଥିରୁ ତାଙ୍କର ବେସ୍ କିଛି ଟଙ୍କା ରୋଜଗାର ହେଉଛି । ତେବେ ଏଠାରେ କହି ରଖିଛୁ ଯେ ସମସ୍ତ ଭୀକ ମାଗୁଥିବା ଲୋକେ ଛୋଟୁ ପରି ନୁହଁନ୍ତି । ଛୋଟୁକୁ ନେଇ ଆପଣଙ୍କ ମନରେ ଭିକାରୀଙ୍କ ପ୍ରସଙ୍ଗରେ ଯେପରି ଭୁଲ ଧାରଣା ନଆସେ ।