ଅବକାରୀ ଚଢ଼ଉ, ଦେଶୀ ମଦ ଜବତ

ଅବକାରୀ ଚଢ଼ଉ, ଦେଶୀ ମଦ ଜବତ
ଅବକାରୀ ଚଢ଼ଉ, ଦେଶୀ ମଦ ଜବତ

ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିଛି। ବୋରିଗୁମ୍ମା ବ୍ଲକର ଚୌପାଡ଼ି ଓ ଭୂମିଆଗୁଡ଼ା ଗ୍ରାମାଞ୍ଚଳରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। କୋଟପାଡ଼ ଓ ବିସିଂହପୁର ପୁଲିସ ଟିମ୍ ସହାୟତାରେ ଅବକାରୀ ବିଭାଗର ଜୟପୁର ଇନ୍ସପେକ୍ଟର ବିମ୍ବାଧର ପଣ୍ଡାଙ୍କ ନେତୃତ୍ୱରେ ଉପରୋକ୍ତ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚୌପାଡ଼ିରୁ ୬୦୫ ଲିଟର ଓ ଭୂମିଆଗୁଡ଼ାରୁ ୫,୫୫୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ଚଢ଼ଉରେ କୋଟପାଡ଼ ଓ ବିସିଂହପୁର ଥାନା ପୁଲିସ୍ ଟିମ୍ ସହ ବୋରିଗୁମ୍ମା ଅବକାରୀ ସବଇନ୍ସପେକ୍ଟର କେ.ତ୍ରିପତି ପଟ୍ଟନାୟକ ଓ ଅନ୍ୟମାନେ ସାମିଲ ହୋଇଥିଲେ।