ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା
ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ବୁଡ ପରେ ଖଣ୍ଡଗିରି କୁମ୍ଭ ମେଳରେ ଧ୍ବନୀ ପ୍ରଜ୍ବଳିତ ହୋଇଥାଏ । ଏହାକୁ ନଜର ରଖି  ଶହେରୁ ଅଧିକ ନାଗା ସାଧୁ ଖଣ୍ଡଗିରି  ଆସିଛନ୍ତି। ଅଯୋଧ୍ୟା, କାଶି, ବୃନ୍ଦାବନ, ହରିଦ୍ୱାର, ମଥୁରରୁ ସାଧୁ ସନ୍ଥ ଆସିଛନ୍ତି । ହରିକୀର୍ତନ, ଭାଗବତ, ଚଣ୍ଡୀପାଠ ଲାଗି ଖଣ୍ଡଗିରି ପାହାଡରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ ପ୍ରତ୍ୟକ ବର୍ଷ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ସାଧୁ ଏକାଠି ହୁଅନ୍ତି ।  ପ୍ରଥା ଅନୁସାରେ ଆଜି ସନ୍ଧ୍ୟାରେ ଜଗମାର ଗାଁ ରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ । ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ପେରି ଆସିବେ । ବିଶ୍ବାସ ରହିଛି ଏହି ମେଳାର ଅନନ୍ତ କେଶରୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ।