ଆଜି ବିଜେଡିର ୨୪ତମ ପ୍ରତିିଷ୍ଠା ଦିବସ ରାଜନୀତି
Sashi
Dec 26, 2020
109
0
ଶନିବାର ବିଜୁ ଜନତା ଦଳର ୨୪ତମ ପ୍ରତିିଷ୍ଠା ଦିବସ। ପ୍ରବାଦ ପୁରୁଷ ବିଜୁ ପଟ୍ଟାନାୟକଙ୍କ ନାମରେ ୧୯୯୭ ଡିସେମ୍ବର ୨୬ରେ ଏହି ଆଞ୍ଚଳିକ ଦଳ ଗଠନ ହୋଇଥିଲା। ପ୍ରତିଷ୍ଠା ଦିବସରେ ଦଳ ପକ୍ଷରୁ ଏକ ସମାବେଶ ଆୟୋଜନ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି। ନବୀନ ନିବାସରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବାର ବ୍ୟବସ୍ଥା ହୋଇଛି।
ବିଜେଡି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତ କହିଥିଲେ,କୋଭିଡ୍ କଟକଣା ଭିତରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ଚବିସତମ ପ୍ରତିିଷ୍ଠା ଦିବସ ପାଳନ ହେବ। ସକାଳ ଆଠଟାରେ ଫରେଷ୍ଟ ପାର୍କସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ।
ପୂର୍ବାହ୍ଣ ୧୦ଟାରେ ଦଳ ପକ୍ଷରୁ ଏକ ସମାବେଶ ଆୟୋଜନ ହେବ। ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେବେ। ଏହି ସମାବେଶରେ ଦଳର ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ଓ ନିକଟସ୍ଥ ବୃଦ୍ଧାଶ୍ରମରେ କର୍ମୀଙ୍କ ପକ୍ଷରୁ ଫଳ ବଣ୍ଟନ କରିବେ ବୋଲି ସେ ପ୍ରକାଶ କରିଥିଲେ।
Comments (0)