ଆଫଗାନିସ୍ତାନରେ କାରବୋମା ବିସ୍ଫୋରଣ, ୧୧ ମୃତ

ଆଫଗାନିସ୍ତାନରେ କାରବୋମା ବିସ୍ଫୋରଣ, ୧୧ ମୃତ
ଆଫଗାନିସ୍ତାନରେ କାରବୋମା ବିସ୍ଫୋରଣ, ୧୧ ମୃତ

ନୂଆଦିଲ୍ଲୀ, ଗୁରୁବାର ଆଫଗାନିସ୍ତାନର ଏକାଧିକ ସ୍ଥାନରେ ଆତଙ୍କବାଦୀଙ୍କ କାରବୋମା ବିସ୍ଫୋରଣରେ ୧୧ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଗୁରୁକର ଆହତ ହୋଇଛନ୍ତି। ଉରୁଜଗାନ ପ୍ରଦେଶସ୍ଥିତ ଏକ ସେନାଛାଉଣୀ ନିକଟରେ ବିସ୍ଫୋରକ ବୋଝେଇ କାରକୁ ଡିଟୋନେଟର ଜରିଆରେ ବିସ୍ଫୋରଣ ଘଟାଇବା ଫଳରେ ୬ ଜଣ ପୁଲିସ ପ୍ରାଣ ହରାଇଛନ୍ତି। ସେହିପରି ହେଲମଣ୍ଡ ପ୍ରଦେଶରେ ଅନ୍ୟ ଏକ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଆହତ ହୋଇଛନ୍ତି। ଆକ୍ରମଣ ପଛରେ ତାଲିବାନ ଆତଙ୍କବାଦୀ ସଂଗଠନର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି।